Odisha Link
Bridging the Missing Links in Odisha

ମହାମାରୀ ବେଳେ ମୋଦିଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର: ଦେଶରେ ପୁଣି କାୟା ମେଲାଇଛି କରୋନା ସଂକ୍ରମଣ। ଏନେଇ ସାରା ଦେଶ ସଂକ୍ରମଣରେ କବଳିତ ହୋଇ ରହିଛି। ଏହାର ମୁକାବିଲା କରିବା ପାଇଁ ସରକାରଙ୍କ ତରଫରୁ ଅନେକ ନିୟମ କରାଯାଉଛି। ଏଥିପାଇଁ ଆଜି ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି । ଯେଉଁଭଳି ଭାବରେ ଅନେକ ରାଜ୍ୟରେ କୋଭିଡର ଭୟାବହ ସ୍ଥିତି ସୃଷ୍ଟି ହୋଇଛି । ଅକ୍ସିଜେନର ଅଭାବ ପରିଲିଖିତ ହେଉଅଛି । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଥିବା ନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟକୁ ଅକ୍ସିଜେନ ଯୋଗାଇବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଅନେକ ରାଜ୍ୟରେ ଯେଉଁଭଳି ଅକ୍ସିଜେନ ଅଭାବରୁ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି। ତାହାକୁ ଗମ୍ଭୀରତାର ସହ ନେଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ।

କୋଭିଡ ମହାମାରୀରେ ଓଡିଶା ସମଗ୍ର ଦେଶକୁ ସାହାଯ୍ୟ କରିବ। ଅକ୍ସିଜେନ ଉତ୍ପାଦନ ବୃଦ୍ଧି ନେଇ ମଧ୍ୟ ସମସ୍ତ ରାଜ୍ୟକୁ ଓଡିଶା ସହଯୋଗ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ମୁଖ୍ୟମନ୍ତ୍ରୀ ଅମ୍ଲଜାନ ଯୋଗାଣରେ ଦିଲ୍ଲୀକୁ ସହଯୋଗ କରିବ। କୋଭିଡ ମୁକାବିଲା ପାଇଁ ଆବଶ୍ୟକୀୟ ସମସ୍ତ ସହାୟତା ମଧ୍ୟ ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ସହାୟତା ଏବଂ ସହଯୋଗକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.