Odisha Link
Bridging the Missing Links in Odisha

ଖୋଲୁଛି ଗୁମର: ସେବା ନାମରେ ଲୋକଙ୍କୁ ଲୁଟୁଥିଲେ ସୌମ୍ୟ

ଗତବର୍ଷ ଲକ୍ଷ୍ମୀଧରଙ୍କ ପରିବାରକୁ ଆବାସ ଯୋଜନାରେ ଘର ମିଳିବ କହି ସରପଞ୍ଚ ଦଶ ହଜାର ଟଙ୍କା ଆଗୁଆ ନେଇଛନ୍ତି। ଖର୍ଚ୍ଚ ହେବ କହି ଟଙ୍କା ନେଇଥିବା ବେଳେ ନାଁ ଆବାସ ଯୋଜନାରେ ଘର ଦେଇଛନ୍ତି, ନାଁ ଟଙ୍କା ଫେରାଉଛନ୍ତି ।

ନୟାଗଡ଼: ସାରା ରାଜ୍ୟରେ ଚର୍ଚ୍ଚାରେ ଥିବା ନୟାଗଡ଼ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ଇଂ ସୈାମ୍ୟରଞ୍ଜନ ପ୍ରଧାନଙ୍କୁ ନିକଟରେ ଲାଗିଥିଲା ଜୋରଦାର ଝଟକା। କାରଣ ଆସ୍ଥା ଭୋଟରେ ପରାଜିତ ହୋଇ ହରାଇଥିଲେ ସରପଞ୍ଚ ପଦ। ଏସବୁ ମଧ୍ୟରେ ପଦବୀରୁ ବିତାଡ଼ିତ ହେବା ପରେ ତାଙ୍କର ଅସଲ ମୁଖା ଖୋଲିବାରେ ଲାଗିଛି। ପଞ୍ଚାୟତରେ ରାସନଠାରୁ ଆରମ୍ଭ କରି ବହୁ ଅନିୟମିତତାରେ ସାମିଲ ଥିବା ସରପଞ୍ଚ ଲୋକଙ୍କୁ ଠକିଥିବା ମଧ୍ୟ ସାମନାକୁ ଆସିଛି। ଆବାସ ଯୋଜନାରେ ଘର ଦେବାକୁ କହି ଲୋକଙ୍କଠାରୁ ହଜାର ହଜାର ଟଙ୍କା ଲାଞ୍ଚ ନେଇଥିବା ଏଭଳି ସାଂଘାତିକ ଅଭିଯୋଗ ସାମନାକୁ ଆସିଛି। ଏଭଳି ଅଭିଯୋଗ ଆଣିଛନ୍ତି ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଗୋଡ଼ିସାହି ଜଗନ୍ନାଥ ମନ୍ଦିର ନିକଟରେ ରହୁଥିବା ଲକ୍ଷ୍ମୀଧର ମହାରଣା ଏବଂ ତାଙ୍କ ପତ୍ନୀ ରଶ୍ମିତା ମହାରଣା।

ଟିଣ ଛପର ଗୋଟିଏ ବଖରାରେ ଜୀବନ ବିତାଉଥିବା ଲକ୍ଷ୍ମୀଧରଙ୍କ ପରିବାର ବସବାସ କରିବା ପାଇଁ ଘରର ନିଶ୍ଚିତ ଆବଶ୍ୟକତା ରହିଛି। ଅତ୍ୟନ୍ତ ଗରିବ ଶ୍ରେଣୀର ଏହି ପରିବାର ରୋଜଗାର କହିଲେ ବହୁତ କମ। ମନ୍ଦିର ନିକଟରେ ଏକ କମାରଶାଳ କରି ଗୁଜୁରାଣ ମେଣ୍ଟାଇବାକୁ ପଡ଼ିଥାଏ । ବହୁତ ଅଭାବ ଅସୁବିଧାରେ ଜୀବନ ବିତାଉଥିବା ବେଳେ ସରକାରଙ୍କ ଆବସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ବହୁ ଦିନ ହେବ ଆଶା ବାନ୍ଧି ବସିଛନ୍ତି । ମାତ୍ର ତାଙ୍କ ଆଶା ଓ ଭରସାକୁ ସରପଞ୍ଚ ରାଜନୀତି ପଶାପାଲିରେ ଖେଳ ଖେଳିଥିବା ଜଣାଯାଇଛି।

ଗତବର୍ଷ ଲକ୍ଷ୍ମୀଧରଙ୍କ ପରିବାରକୁ ଆବାସ ଯୋଜନାରେ ଘର ମିଳିବ କହି ସରପଞ୍ଚ ଦଶ ହଜାର ଟଙ୍କା ଆଗୁଆ ନେଇଛନ୍ତି। ଖର୍ଚ୍ଚ ହେବ କହି ଟଙ୍କା ନେଇଥିବା ବେଳେ ନାଁ ଆବାସ ଯୋଜନାରେ ଘର ଦେଇଛନ୍ତି, ନାଁ ଟଙ୍କା ଫେରାଉଛନ୍ତି । ବାରମ୍ବାର ମାଗିବା ନିରାଶ ହୋଇ ଲକ୍ଷ୍ମୀଧର ଗତ ସପ୍ତାହରେ ସରପଞ୍ଚଙ୍କ ଦୁଆରକୁ ଯାଇଥିବା କହିଛନ୍ତି। ସେଠାରେ ସରପଞ୍ଚ ତାଙ୍କ ଦୁର୍ବ୍ୟବହାର କରିଥିବା ମଧ୍ୟ ଲକ୍ଷ୍ମୀଧର ଅଭିଯୋଗ କରିଛନ୍ତି । ଦିନକୁ ମଦ ପାଣିରେ ଦୁଇ ଶହ ଖର୍ଚ୍ଚ କରି ଦେଉଛୁ, ଏଇଟା କଣ ଖୋଜୁଛୁ ବୋଲି ଓଲଟା ପଚାରିଥିବା ଲକ୍ଷ୍ମୀଧର କହିଛନ୍ତି।

କେବଳ ଲକ୍ଷ୍ମୀଧରଙ୍କ କ୍ଷେତ୍ରରେ ନୁହେଁ, ଲକ୍ଷ୍ମୀପ୍ରସାଦ, ଡି ବୃନ୍ଦାବନପରୁ, ଯଦୁପୁର ଏବଂ ରାଉତରାପୁର ଗାଁର ଅନେକ ଲୋକଙ୍କୁ ସରକାରୀ ଯୋଜନା ଦେବେ କହି ସରପଞ୍ଚ ଟଙ୍କା ଆଦାୟ କରି ଚଳୁ କରି ଦେଇଥିବା ଅଭିଯୋଗ ଆସିଛି। ୪ ବର୍ଷ ଧରି ପଞ୍ଚାୟତରେ ୱାର୍ଡ଼ସଭ୍ୟଙ୍କୁ ଗୈାଣ କରି ସରପଞ୍ଚ ଏକ ଛତ୍ରବାଦୀ ଶାସନ ଚଳାଇଥିବା ୱାର୍ଡ଼ସଭ୍ୟମାନେ ଅଭିଯୋଗ କରିଛନ୍ତି। ବରିଷ୍ଠ ୱାର୍ଡ଼ସଭ୍ୟଙ୍କୁ ନାଁ ଧରି ଡାକିବା, ନିଜକୁ ଆମେରିକା ପଢ଼ୁଆ କହି ସଭ୍ୟମାନଙ୍କୁ ଗୈାଣ କରିବା ଭଳି ଅଭିଯୋଗ ଏବେ ସାମନାକୁ ଆସୁଛି। ୱାର୍ଡ଼ସଭ୍ୟ ରସାନନ୍ଦ ଜେନା ଏଭଳି ଅଭିଯୋଗ ଆଣିଛନ୍ତି। ସରପଞ୍ଚଙ୍କ ଏକଛତ୍ରବାଦ ଏତିକିରେ ସିମିତ ନଥିଲା।

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କଠାରୁ ରାସନ ବଣ୍ଟନ ଦାୟିତ୍ୱକୁ ଛଡ଼ାଇ ନେଇ ସରପଞ୍ଚ ନିଜକ କିଛି ଅନୁଗାମୀ ଏବଂ ସମ୍ପର୍କୀୟଙ୍କ ନାମରେ ନକଲି ରାସନକାର୍ଡ଼ ପ୍ରସ୍ତୁତ କରି ରାସନ ଅନିୟମିତତା କରୁଥିବା ଅଭିଯୋଗ ହୋଇଛି। ଏହି ଅନିୟମିତତା ଧରା ପଡ଼ିବା ପରେ ୱାର୍ଡ଼ ସଭ୍ୟଙ୍କ ଉପରେ ରାଗ ଶୁଝାଇବାକୁ, କିଏ ପାଗଳ ଏବଂ କିଏ ଅଯୋଗ୍ୟ ୱାର୍ଡ଼ ସଭ୍ୟ ବୋଲି ସରପଞ୍ଚ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିବା ଜଣାଯାଇଛି।

Leave A Reply

Your email address will not be published.