Odisha Link
Bridging the Missing Links in Odisha

ପଞ୍ଜାବର ନୀଳକଣ୍ଠ ହସ୍ପିଟାଲରେ ଅକ୍ସିଜେନ ଅଭାବରରୁ ଚାଲିଗଲା ୬ କରୋନା ରୋଗୀଙ୍କ ଜୀବନ

ଛତିଶଗଡ଼: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାରି ଭିତରେ ଆସିଛି ପୁଣି ଏକ ଦୁଃଖଦ ଖବର। ଦିଲ୍ଲୀର ଗୋଲଡେନ୍ ହସ୍ପିଟାଲ ପରେ ଏବେ ପଞ୍ଜାବର ନୀଳକଣ୍ଠ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୬ ଜଣ କରୋନା ସଂକ୍ରମିତ ଜୀବନ ହରାଇଥିବା ଜଣାପଡ଼ିଛି । ମୃତ୍ୟୁର ସୂଚନା ପାଇବାରେ ମୃତକଙ୍କର ପରିବାର ଲୋକମାନେ ମେଡିକାଲ ବାହାରେ ହୋ ହାଲ୍ଲା କରିଛନ୍ତି।

ସେମାନେ ଅଭିଯୋଗ କରିଛନ୍ତି ଯେ, ମେଡିକାଲରେ ଆଡମିସନ ହେବା ପୂର୍ବରୁ ମେଡିକାଲ ତରଫରୁ ଏକ ଚୁକ୍ତି କରାଯାଉଛି। ଅକ୍ସିଜେନ ଅଭାବରୁ ରୋଗୀଙ୍କର ମୃତ୍ୟୁ ହେଲେ ମେଡିକାଲ କତ୍ତୃପକ୍ଷ ଦାୟି ରହିବେ ନାହିଁ ବୋଲି ଚୁକ୍ତି କରିବା ପରେ ଆଡମିଶନ ହେଉଛି। ପରିଜନଙ୍କର ଏଭଳି ଅଭିଯୋଗ ପରେ ସ୍ୱାସ୍ଥ୍ୟ ଅଧିକାରୀ ମୃତକଙ୍କ ପରିବାରକୁ ଯାଞ୍ଚ କରାଯିବ ବୋଲି ଆଶ୍ୱସନା ଦିଆଯାଇଛି।

ଅନ୍ୟପଟେ ଏହି ଘଟଣା ପରେ ପ୍ରଶାସନ ଓ ହସ୍ପିଟାଲ କତ୍ତୃପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ନୀଳକଣ୍ଠ ହସ୍ପିଟାଲର ଏମଡି ସୁନୀଲ ଦେବଗନ ଅଭିଯୋଗ କରିଛନ୍ତି କି ପ୍ରଶାସନ ପକ୍ଷରୁ ଅକ୍ସିଜେନ ଯୋଗାଣରେ ପାତର ଅନ୍ତର କରାଯାଉଛି। ପ୍ରଶାସନ ସରକାରୀ ହସ୍ପିଟାଲକୁ ଅଧିକ ଅକ୍ସିଜେନ ଯୋଗାଣ କରୁଥିବା ବେଳେ ଘରୋଇ ହସ୍ପିଟାଲକୁ ସେହି ଅନୁପାତରେ ଅକ୍ସିଜେନ ଯୋଗାଇ ଦେଉ ନାହାନ୍ତି।

Leave A Reply

Your email address will not be published.