Odisha Link
Bridging the Missing Links in Odisha

ଭୋକରେ ଥିଲେ ପ୍ରବାସୀ, ବିରିୟାନୀ ପଠାଇଲେ ସବ୍ୟ

ଭୂତାଣୁ ପାଇଁ ଭୋକରେ ଡହଳ ବିକଳ ହେଉଥିବା କିଛି ଓଡ଼ିଆଙ୍କୁ ତୁରନ୍ତ ଖାଦ୍ୟ ଯୋଗାଇବା ପରେ ଏଭଳି ଟ୍ବିଟ୍‌ କରିଛନ୍ତି। ଆଉ ହଁ, ୮ ମିନିଟ୍‌ ଡେରି ହୋଇଗଲା ବୋଲି ତାହା ବି ଜଣାଇ ଦେଇଛନ୍ତି। ଏ

ଭୁବନେଶ୍ବର: ତମେ ଖାଇବା ପରେ ମୁଁ ଖାଇବି। ଇନବକ୍ସ ଯାଞ୍ଚ କର,୩୦ ମିନିଟରେ ଖାଇବା ପହଞ୍ଚିବ। ଆସନ୍ତାକାଲିଠାରୁ ଖାଇବା ପାଇଁ ବାଙ୍ଗାଲୋରରେ ତୁମକୁ ଆଉ ଚିନ୍ତିତ ହେବାକୁ ପଡ଼ିବନି। ଏମିତି ଗୋଟେ ଟ୍ବିଟ୍‌ ଆଜି ବେଶ ଚର୍ଚ୍ଚାରେ। ଅଭିନେତା ସବ୍ୟସାଚୀ କରିଛନ୍ତି ଏଭଳି ଏକ ଟ୍ବିଟ୍।

ଭୂତାଣୁ ପାଇଁ ଭୋକରେ ଡହଳ ବିକଳ ହେଉଥିବା କିଛି ଓଡ଼ିଆଙ୍କୁ ତୁରନ୍ତ ଖାଦ୍ୟ ଯୋଗାଇବା ପରେ ଏଭଳି ଟ୍ବିଟ୍‌ କରିଛନ୍ତି। ଆଉ ହଁ, ୮ ମିନିଟ୍‌ ଡେରି ହୋଇଗଲା ବୋଲି ତାହା ବି ଜଣାଇ ଦେଇଛନ୍ତି। ଏ ଘଟଣା ରବିବବାରର ଥିଲା। ଆଉ ଏହି ଉପଲକ୍ଷେ ଏଭଳି ଅଭିନବ ରବିବାରିଆ ବିରିଆନୀ ପାର୍ଟି ମନାଇଛନ୍ତି ସବ୍ୟ। ସଙ୍କଟରେ ଥିବା ପ୍ରବାସୀ ପେଟକୁ ଦାନା ନେବା ପରେ ଯାଇ ତୁଣ୍ଡରେ ଖାଇବା ନେଇଛନ୍ତି ସବ୍ୟ।

 

ପୂରା ଘଟଣା କିଛି ଏହିପରି।ବାଙ୍ଗାଲୋରରେ ବର୍ତ୍ତମାନ ଲକଡାଉନ୍‌ ରହିିଛି। ଏହି କାରଣରୁ ସେଠାରେ ଥିବା ୫ ଜଣ ଓଡ଼ିଆ ଭାରି ସମସ୍ୟାରେ ଥିଲେ। ଟଙ୍କା ସରିଯାଇଥିଲା,ଗ୍ୟାସ୍‌ ଭରିପାରୁନଥିଲେ। ୩ ଦିନ ଏଭଳି ଡହଳ ବିକଳ ହେବାପରେ ଶେଷରେ ସବ୍ୟଙ୍କୁ ଟ୍ବିଟ୍‌ କରିଥିଲେ। ସେମାନଙ୍କ ଏପରି ସ୍ଥିତି ଦେଖି ସବ୍ୟ ଜୋମାଟୋ ଜରିଆରେ ଖାଇବା ପହଞ୍ଚାଇଥିଲେ।

ଏବେ କର୍ଣ୍ଣାଟକାରେ ସବୁକିଛି ଠପ୍। ରୋଜଗାର ନାହିଁ। ଏମାନେ ଯେପରି ଉପବାସ ନରହିବେ ସବ୍ୟ ସେ ଦାୟିତ୍ବ ନେବେ ବୋଲି କହିଛନ୍ତି। ସବ୍ୟଭ‌ଖ ଏପରି କାମରେ ଏମାନଙ୍କ ସହ ବେଶ କିଛି ଲୋକ ପ୍ରଶଂସା କରିଛନ୍ତି। କେବଳ ଏବେ ନୁହେଁ,ଗତ ବର୍ଷ କରୋନାର ପ୍ରଥମ ଲହର ବେଳେ ମଧ୍ୟ ସବ୍ୟ ବିପଦର ବନ୍ଧୁ ହୋଇ ଛିଡ଼ା ହୋଇଥିଲେ।

Leave A Reply

Your email address will not be published.