Odisha Link
Bridging the Missing Links in Odisha

ଅକ୍ସିଜେନ ପାଇଁ ଏସଓପି ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟରେ ପୁରି ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। କରୋନାର ମୁକାବିଲା କରିବା ପାଇଁ ସରକାର ଅନେକ ପଦକ୍ଷପ ହାତକୁ ନେଉଛନ୍ତି। ଏହା ଭିତରେ ଆସିଛି ଆଉ ଏକ ଖବର। ଅକ୍ସିଜେନ ପାଇଁ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର। ଅକ୍ସିଜେନ ସ୍ତର ୯୨ରୁ ୯୪% ରହିଲେ ଆକ୍ରାନ୍ତଙ୍କୁ ଅକ୍ସିଜେନ ଲାଗୁ ହେବ। ଏ ନେଇ ସମସ୍ତ ଜିଲ୍ଲାପାଳ, କମିଶନର, ସିଡିଏମଓ ଓ ମେଡିକାଲ କଲେଜକୁ ଚିଠି ଲେଖାଯାଇଛି।

ଏହି ଏସଓପିରେ କୁହାଯାଇଛି ଯେ, ଯଦି ସଠିକ ଢଙ୍ଗରେ ଅକ୍ସିଜେନ ଯୋଗାଣ ନହୁଏ ତାହାହେଲେ ସମସ୍ୟା ଉପୁଜିପାରେ। ଅକ୍ସିଜେନ ସଠିକ ସମୟରେ ବ୍ୟବହାର କଲେ ମୃତ୍ୟୁହାର କମିବ। ରାଜ୍ୟରେ ପ୍ରତି ଶହେ ଆକ୍ରାନ୍ତରେ ୮୦ ଜଣ ଘରେ ଚିକିତ୍ସିତ ହେଉଛନ୍ତି।

ବାକି ୨୦ ଜଣକ ମଧ୍ୟରୁ ୧୭ ଜଣଙ୍କୁ ଅକ୍ସିଜେନ ବେଡ ଆବଶ୍ୟକ ପଡୁଛି। କେବଳ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କୁ ପାଇଁ ଏହା ଲାଗୁ ହେବ ବୋଲି ଏସଓପିରେ କୁହାଯାଇଛି।

Leave A Reply

Your email address will not be published.