Odisha Link
Bridging the Missing Links in Odisha

କଟକ ପାଇଁ ନୂଆ କଟକଣା, ସିଏମସି କମିଶନର କ’ଣ କହିଲେ ଜାଣନ୍ତୁ

କଟକ: ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। ବିଶେଷକରି ଟ୍ବିନସିଟିରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି ସଂକ୍ରମଣ। ଏହାକୁ ନଜରରେ ରଖି କଟକରେ ସହର ପାଇଁ ଜାରି କରାଯାଇଛି ନୂଆ କଟକଣା।

ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଏମସି କମିଶନର ଅନନ୍ୟା ଦାସ ସୂଚନା ଦେଇ କହିଛନ୍ତି ଯେ, ଏଣିକି ଦିନ ୨ଟା ପରେ ସହରର ସବୁ ଦୋକାନ ବଜାର ବନ୍ଦ ରହିବ। ଆସନ୍ତା ସୋମବାର ଠାରୁ କଟକ ସହରରେ ଏହି ସାନି କଟକଣା ଲାଗୁ ହେବ। ଆଗାମୀ ୧୫ ଦିନ ପାଇଁ ଏହି କଟକଣା ଲାଗୁ କରାଯିବ। କେବଳ ଔଷଧ ଦୋକାନ ଛଡ଼ା ଅନ୍ୟ ସବୁ ଦୋକାନ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ଲୋଡିଂ/ଅନଲୋଡିଂ ଛାଡ଼ି ମାଲଗୋଦାମ ଓ ଛତ୍ରବଜାରରେ କାରବାର ବନ୍ଦ ରହିବ।

ସୂଚନାଥାଉକି, ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୮୬୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମଧ୍ୟରୁ ୪୯୪୮ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୭୩୩ ଜଣ ସ୍ଥାନୀୟ ବାସିନ୍ଦା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪, ୪୪, ୧୯୪ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.