Odisha Link
Bridging the Missing Links in Odisha

ପରଲୋକରେ ବରିଷ୍ଠ ସାମ୍ବାଦିକ ରୋହିତ ସରଦାନା

ସୁଧୀର ଚୌଧୁରୀ ଟ୍ୱିଟ୍ କରି କହିଛନ୍ତି ଯେ, ‘କିଛି ସମୟ ପୂର୍ବରୁ ମୋ ପାଖକୁ ଜିତେନ୍ଦ୍ର ଶର୍ମାଙ୍କ ଏକ କଲ ଆସିଥିଲା। ସେ ଯାହା କହିଲେ ଶୁଣି ମୋ ହାତ ଥରି ଉଠିଲା।

ନୂଆଦିଲ୍ଲୀ: ପରଲୋକରେ ଆଉ ଜଣେ ବରିଷ୍ଠ ସାମ୍ବାଦିକ। ଜାତୀୟ ଗଣମାଧ୍ୟମ ଆଜତକର ବରିଷ୍ଠ ସମ୍ବାଦିକ ତଥା ଜଣାଶୁଣା ନ୍ୟୁଜ ଆଙ୍କର ରୋହିତ ସରଦାନାଙ୍କ ଦେହାନ୍ତ ହୋଇଛି। ସେ ନିକଟରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ହେଲେ ହୃଦଘାତ ଯୋଗୁଁ ତାଙ୍କ ମୃତ୍ୟୂୁ ହୋଇଥିବା ସୂଚନା ରହିଛି।

ସୁଧୀର ଚୌଧୁରୀ ଟ୍ୱିଟ୍ କରି କହିଛନ୍ତି ଯେ, ‘କିଛି ସମୟ ପୂର୍ବରୁ ମୋ ପାଖକୁ ଜିତେନ୍ଦ୍ର ଶର୍ମାଙ୍କ ଏକ କଲ ଆସିଥିଲା। ସେ ଯାହା କହିଲେ ଶୁଣି ମୋ ହାତ ଥରି ଉଠିଲା। ଆମର ବନ୍ଧୁ ତଥା ସହକର୍ମୀ ରୋହିତ ସରଦାନାଙ୍କ ମୃତ୍ୟୁ ଖବର ସେ କହିଥିଲେ। ମୁଁ କଳ୍ପନା କରି ନ ଥିଲି ଯେ ଏହି ଭାଇରସ୍ ଆମ ନିକଟରୁ କାହାକୁ ଉଠାଇନେବ। ମୁଁ ଏଥିପାଇଁ ପ୍ରସ୍ତୁତ ନଥିଲି। ଏହା ହେଉଛି ଇଶ୍ବରଙ୍କ ଅନ୍ୟାୟ…। ଓମ୍ ଶାନ୍ତି।

୨୦୧୮ ରେ ରୋହିତ ସରଦାନାଙ୍କୁ ଗଣେଶ ଶଙ୍କର ବିଦ୍ୟାର୍ଥି ପୁରସ୍କାର ପ୍ରଦାନ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ ମଧ୍ୟ ରୋହିତ ସରଦାନାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.