Odisha Link
Bridging the Missing Links in Odisha

ଲକଡାଉନରେ ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ କରୋନା ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଲକଡାଉନ ଘୋଷଣା କରିଛନ୍ତି। ଆଉ ଦିନକ ପରେ ଲାଗୁ ହେବ ଲକଡାଉନ। ମାତ୍ର ଲକଡାଉନ ସମୟରେ ଖୋଲା ରହିବ ଆହାର କେନ୍ଦ୍ର। କିନ୍ତୁ ଆହାର କେନ୍ଦ୍ରରେ ବସି ଖାଇବାକୁ ଅନୁମିତି ଦିଆଯିବ ନାହିଁ । ଆହାର କେନ୍ଦ୍ରରୁ ପାର୍ସଲ ନେଇପାରିବେ ଲୋକେ। ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା।

ଲକଡାଉନ ପାଇଁ ସ୍ବତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ୫ ତାରିଖରୁ ୧୯ ତାରିଖ ଯାଏଁ ଲାଗୁ ହେବ ଲକଡାଉନ୍ କଟକଣା। ତେବେ ଏହି ସମୟରେ ଅତ୍ୟାବଶ୍ୟକରୟ ସେବା ଜାରି ରହିବ।

ରାଜ୍ୟର ସମସ୍ତ ଆଇଆଇଟି, ଆଇଆଇଏମଏସ ହଷ୍ଟଲ ଗୁଡିକ କୋଭିଡ ଗାଇଡଲାଇନ ଅନୁଯାୟୀ ଖୋଲା ରହିବ। ଏଥିସହ ପିପିଲି ଉପନିର୍ବାଚନ ପାଇଁ ସମସ୍ତ କାର୍ଯ୍ୟକ୍ରମକୁ କଟକଣାରୁ ବାଦ୍ ଦିଆଯାଇଛି।

ଏଥିସହ ଏସଆରସି କହିଛନ୍ତି, ରାଜ୍ୟରେ ଲକଡାଉନ ଲାଗୁ ହେବାକୁ ଯାଉଛି। ଏହାକୁ ନେଇ କୈଣସି ମତେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ସମସ୍ତ ସୁବିଧା କରାଯାଇଛି। ଜନସାଧାରଣ ଯେପରି କୈଣସି ଅସୁବିଧାରେ ନପଡନ୍ତି ସେନେଇ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି।ଲକଡାଉନ ଲାଗୁ ହେଲେ ମଧ୍ୟ ପ୍ରତିଦିନ ସକାଳେ ଗ୍ରୋସରୀ ଦୋକାନ ଏବଂ ପନିପରିବା ଦୋକନା ଖୋଲା ରହିବ। ତେଣୁ ଅଯଥା ଭୟଭୀତ ହୁଅନ୍ତୁ ନାହିଁ କିମ୍ବା ବଜାର ହାଚରେ ଗହଳି ଲଗାନ୍ତୁ ନାହିଁ ବୋଲି କହିଛନ୍ତି। 

ଲକଡାଉନ୍ ସମୟରେ ସକାଳ ୬ରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଗ୍ରୋସରି ଓ ପରିବା ଦୋକାନ ଖୋଲା ରହିବ। ସରକାର ଆବଶ୍ୟକ ମୁତାବକ ସମସ୍ତ ସାମଗ୍ରୀ ମହଜୁଦ ରଖିଛନ୍ତି।ସେହିପରି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ମହଜୁଦ ରହିଛି । ସମସ୍ତ କଟକଣାକୁ ମାନିବାର ଆବଶ୍ୟକତା ରହିଛି ବୋଲି ଏସଆରସି କହିଛନ୍ତି।

Leave A Reply

Your email address will not be published.