Odisha Link
Bridging the Missing Links in Odisha

ମେ’ ୫ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମମତା

କୋଲକାତା: ଆସନ୍ତା ମେ’ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମମତା ବାନାର୍ଜୀ। ନିଜର ୩ୟ ଇନିଂସ ଆରମ୍ଭ କରିବେ ମମତା। ସର୍ବସମ୍ମତି କ୍ରମେ ତୃଣମୂଳ କଂଗ୍ରେସ ନେତା ଘୋଷିତ ହେବା ପରେ ମମତା ମେ’ ୫ ତାରିଖରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ମୋଟ ୨୧୧ଟି ଆସନ ଜିତି ପୂର୍ଣ୍ଣ ବହୁମତ ପାଇବା ପରେ ପୁଣିଥରେ ଦିଦି ମୁଖ୍ୟମନ୍ତ୍ରୀ ହେବେ। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଦଳର ବିପୁଳ ବିଜୟ ହୋଇଛି। କିନ୍ତୁ ନନ୍ଦୀଗ୍ରାମ ଆସନରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିଯାଇଛନ୍ତି ମମତା ବାନାର୍ଜୀ। ମାତ୍ର ଦଳର ବରିଷ୍ଠ ନେତା ଏବଂ ନବ ନିର୍ବାଚିତ ବିଧାୟକଙ୍କମାନଙ୍କ ସର୍ବସମ୍ମତି କ୍ରମେ ମମତା ବାନାର୍ଜୀଙ୍କୁ ବିଧାୟକ ଦଳ ନେତା ଘୋଷିତ କରାଯାଇଛି।

ଭାରତୀୟ ସମ୍ବିଧାନ ଅନୁଯାୟୀର ଧାରା ୧୬୪ (୪) ଅନୁଯାୟୀ, ‘ବିଧାନସଭାକୁ ନିର୍ବାଚିତ ହୋଇନଥିବା ଜଣେ ସଦସ୍ୟ ୬ ମାସ ପାଇଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିପାରିବେ। ଏହି ୬ ମାସ ମଧ୍ୟରେ ତାଙ୍କୁ ଉପ ନିର୍ବାଚନରେ ବଜୟୀ ହେବାକୁ ପଡିବ। ଯଦି ସେ ଉପ ନିର୍ବାଚନରେ ମଧ୍ୟ ପରାଜିତ ହୁଅନ୍ତି ତେବେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ବାଧ୍ୟ ହେବେ।

ପୂର୍ବରୁ ମଧ୍ୟ ଏପରି ଉଦାହରଣ ରହିଛି। ୨୦୧୧ ମସିହାରେ ଦିଦିଙ୍କ ପାର୍ଟି ପ୍ରଥମେ କ୍ଷମତାକୁ ଆସିଥିଲା। ସେତେବେ​‌ଳେ ମମତା ବାନାର୍ଜୀ ଲୋକସଭା ସଦସ୍ୟ ଥିଲ । କିନ୍ତୁ ଭାରତୀୟ ସମ୍ବିଧାନର ଧାରା ୧୬୪ (୪) ଅନୁଯାୟୀ ସେ ମୁଖମନ୍ତ୍ରୀ ଭାବେ ଶପଥ ନେଇଥିଲେ ଏବଂ ପରେ ୬ ମାସ ମଧ୍ୟରେ ଉପ ନିର୍ବାଚନରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

Leave A Reply

Your email address will not be published.