Odisha Link
Bridging the Missing Links in Odisha

ଏତଲା ନେବାକୁ ଘରକୁ ଆସିବ ପୁଲିସ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ରାଜ୍ୟରେ ଆରମ୍ଭ ହେଉଛି ଲକ୍‌ଡାଉନ୍‌। ମେ’ ୫ରୁ ଆରମ୍ଭ ହୋଇ ଲକ୍‌ଡାଉନ୍‌ ମେ ୧୯ ତାରିଖ ଯାଏଁ ବଳବତ୍ତର ରହିବ। ଏହି ସମୟରେ ଅମାନିଆଙ୍କ ଉପରେ ସ୍ବତନ୍ତ୍ର ଭାବେ ନଜର ରଖାଯିବ। ଏହାକୁ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି।

ଏଣିକି ଅଭିଯୋଗକାରୀଙ୍କୁ ଆଉ ଥାନାକୁ ଆସୁବାକୁ ପଡିବ ନାହିଁ। କୌଣସି ଅଭିଯୋଗ ଥିଲେ ୧୦୦ ନମ୍ବରକୁ ଡାଏଲ କରିଲେ ପୋଲିସ ଘରକୁ ଯାଇ ଅଭିଯୋଗପତ୍ର ଆଣିବ। କୌଣସି ଅସୁବିଧା କିମ୍ବା ଅଘଟଣ ପାଇଁ ଥାନାକୁ ଫୋନ କରନ୍ତୁ। ପୋଲିସ ଘରକୁ ଯାଇ ସମାଧାନ କରିବ ଏବଂ ଅଭିଯୋଗ ଗ୍ରହଣ କରିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ।