Odisha Link
Bridging the Missing Links in Odisha

ଦେଶରେ କରୋନା: ଦିନକରେ ୪.୧୪ ଲକ୍ଷ ଆକ୍ରାନ୍ତ, ୩୯୧୫ ମୃତ

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ କରୋନା ସଂକ୍ରମଣ ହହୁ ହୋଇ ବଢିବାରେ ଲାଗିଛି। ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ଲକ୍ଷ ୧୪ ହଜାର ୧୮୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୯୧୫ଜଣଙ୍କ ମୃତ୍ୟୁ ହୋଇଛି।

ଗତ ୨୪ ଘଣ୍ଟାରେ ୩ ଲକ୍ଷ ୩୧ ହଜାର ୫୦୭ ଜଣ କରୋନାକୁ ମାତ୍ ଦେଇଛନ୍ତି। ଏହା ପୂର୍ବରୁ ବୁଧବାର ଦେଶରେ ୪ ଲକ୍ଷ ୧୨ ହଜାର ୨୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ବିଶ୍ୱରେ ଚିହ୍ନଟ ମୋଟ ସଂକ୍ରମଣ ମାମଲାର ୫୦ ପ୍ରତିଶତ କେସ୍ ପ୍ରତିଦିନ ଭାରତରେ ଚିହ୍ନଟ ହେଉଛି।

Leave A Reply

Your email address will not be published.