Odisha Link
Bridging the Missing Links in Odisha

ରାଜ୍ୟରେ ପୁଣି ୧୧ ହଜାର ମୁହାଁ ଦୈନକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ କମିଥିବା ବେଳେ ଆଜି ପୁଣି ଥରେ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୦୯୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୧୪୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୮୩୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୬୫୬୪୮ରେ ପହଞ୍ଚିଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୩୯ଜଣ, ବାଲେଶ୍ୱର ଜିଲ୍ଲାରୁ ୩୦୩ଜଣ, ବରଗଡ଼ ଜିଲ୍ଲାରୁ ୪୩୧ଜଣ, ଭଦ୍ରକ ଜିଲ୍ଲାରୁ ୨୩୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୨୬ଜଣ, ବୌଦ୍ଧ ଜିଲ୍ଲାରୁ ୧୮୦ଜଣ, କଟକ ଜିଲ୍ଲାରୁ ୮୮୫ଜଣ, ଦେଓଗଡ଼ ଜିଲ୍ଲାରୁ ୧୨୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୮୯ଜଣ, ଗଜପତି ଜିଲ୍ଲାରୁ ୧୧୧ଜଣ, ଗଞ୍ଜାମ ଜିଲ୍ଲାରୁ ୧୭୭ଜଣ, ଜଗତସିଂହପୁର ଜିଲ୍ଲାରୁ ୨୩୨ଜଣ, ଯାଜପୁର ଜିଲ୍ଲାରୁ ୩୪୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୮୦ଜଣ, କଳାହାଣ୍ଡି ଜିଲ୍ଲାରୁ ୩୭୦ଜଣ, କନ୍ଧମାଳ ଜିଲ୍ଲାରୁ ୧୩୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪୧ଜଣ, କେନ୍ଦୁଝର ଜିଲ୍ଲାରୁ ୨୫୩ଜଣ ରହିଛନ୍ତି।

ଖୋର୍ଦ୍ଧା ଜିଲ୍ଲାରୁ ୧୫୩୯ଜଣ, କୋରାପୁଟ ଜିଲ୍ଲାରୁ ୧୯୫ଜଣ, ମାଲକାନଗିରି ଜିଲ୍ଲାରୁ ୭୧ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୩୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୩୫ଜଣ, ନୟାଗଡ଼ ଜିଲ୍ଲାରୁ ୧୯୨ଜଣ, ନୂଆପଡ଼ା ଜିଲ୍ଲାରୁ ୩୭୮ଜଣ, ପୁରୀ ଜିଲ୍ଲାରୁ ୩୯୮ଜଣ, ରାୟଗଡା ଜିଲ୍ଲାରୁ ୨୧୨ଜଣ, ସମ୍ବଲପୁର ଜିଲ୍ଲାରୁ ୪୫୪ଜଣ, ସୋନପୁର ଜିଲ୍ଲାରୁ ୨୧୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୬୪ଜଣ, ଷ୍ଟେଟ ପୁଲ୍‌ରୁ ୩୩୨ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୬୫୬୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୯୮୨୩୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୬୫୧୩୩ଜଣ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୧୦୬୬୧୬୪୭ସାମ୍ପୁଲ ଟେଷ୍ଟ୍ ହୋଇଛି

Leave A Reply

Your email address will not be published.