Odisha Link
Bridging the Missing Links in Odisha

ଆଉ ୧୭ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ମୃତକଙ୍କ ସଂଖ୍ୟାରେ ଲାଗୁନି ବ୍ରେକ୍। ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୮୨ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୩୨ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ମୃତକଙ୍କ ମଧ୍ୟରୁ ଅନୁଗୁଳରୁ ୩ ଜଣ, ବାଲେଶ୍ଵରରୁ ଜଣେ , ବୌଦ୍ଧରୁ ଜଣେ, ଭୁବନେଶ୍ଵରରୁ ୨ଜଣ , ଢେଙ୍କାନାଳରୁ ଜଣ, ଗଞ୍ଜାମରୁ ଜଣେ, କଳାହାଣ୍ଡିରୁ ୨ଜଣ, ଖୋର୍ଦ୍ଧାରୁ ଜଣେ , ନୂଆପଡାରୁ ୨ଜଣ , ପୁରୀରୁ ଜଣେ ଏବଂ ସୁନ୍ଦରଗଡରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୬୫୬୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୯୮୨୩୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୬୫୧୩୩ଜଣ ସୁସ୍ଥ ହୋଇଛନ୍ତି। ଏହା ସହ ବର୍ତ୍ତମାନ ସୁଦ୍ଧା କୋଭିଡ଼ ଜନିତ ମୃତ୍ୟୁ ସଂଖ୍ୟା ୨୨୩୨ରେ ପହଞ୍ଚିଥିବା ବେଳେ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୩ରେ ପହଞ୍ଚିଛି।

Leave A Reply

Your email address will not be published.