Odisha Link
Bridging the Missing Links in Odisha

ଦେଶରେ କରୋନା: ଦିନକରେ ୩.୬୨ ଲକ୍ଷ ଆକ୍ରାନ୍ତ, ୪୧୨୦ ମୃତ

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ହୁହୁ ବଢିବାରେ ଲାଗିଛି କରୋନା ସଂକ୍ରମଣ ମାମଲା। ଏହାରି ମଧ୍ୟରେ ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୬୨ ହଜାର ୭୨୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଗତ ୨୪ ଘଣ୍ଟାରେ ୩ ଲକ୍ଷ ୫୨ ହଜାର ୧୮୧ ସୁସ୍ଥ ହୋଇଥିବା ବେଳେ ୪୧୨୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଦେଶରେ ୩୭ ଲକ୍ଷ ୧୦ ହଜାର ୫୨୫ ଆକ୍ଟିଭ କେସ୍ ରହିଛି। ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୫୮ ହଜାର ୩୧୭ରେ ରହିଛି। ମୋଟ ୧ କୋଟି ୯୭ ଲକ୍ଷ ୩୪ ହଜାର ୮୨୩ ସୁସ୍ଥ ହୋଇଛନ୍ତି। ଏଥିସହ ଦେଶରେ ମୋଟ୍ ୧୭, ୭୨, ୧୪, ୨୫୬ ଜଣଙ୍କୁ ଟିକାକରଣ କରାଯାଇଛି।

 

Leave A Reply

Your email address will not be published.