Odisha Link
Bridging the Missing Links in Odisha

ବରିଷ୍ଠ ନାଗରିକଙ୍କୁ ଟିକାକରଣ କେନ୍ଦ୍ରକୁ ଆଣି ଟିକା ଦିଆଯିବ

ଭୁବନେଶ୍ୱର: ମହାମାରୀ କରୋନାକୁ ମାତ୍‌ ଦେବାକୁ ସାରା ରାଜ୍ୟରେ ଚାଲିଛି ଟିକାକରଣ। ଏହାରି ମଧ୍ୟରେ ବରିଷ୍ଠ ନାଗରିକଙ୍କ ଟିକାକରଣ ପାଇଁ ନୂତନ ବ୍ୟବସ୍ଥା ଆରମ୍ଭ କରିଛି ବିଏମସି। ୧୯୨୯ ନମ୍ବରକୁ କଲ୍ କଲେ ବିଏମସି ତରଫରୁ ଉକ୍ତ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ସେମାନଙ୍କୁ ଟିକାକରଣ କେନ୍ଦ୍ରକୁ ଆଣିବା ପାଇଁ ବ୍ୟବସ୍ଥା କରାଯିବ।

ଏଥିସହ ଟିକା ନେବା ପରେ ପୁଣି ଥରେ ତାଙ୍କୁ ନେଇ ଘରେ ଛାଡି ଦିଆଯିବ। ଏଥିସହିତ ସେମାନଙ୍କ ପାଖକୁ ଯାଇ ସାମ୍ପଲ ମଧ୍ୟ ସଂଗ୍ରହ କରାଯିବ। ଏହି ନୂଆ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି ବିଏମସି କମିଶନର ସଂଜୟ ସିଂ।