Odisha Link
Bridging the Missing Links in Odisha

ଦେଖିବାକୁ ମିଳିବନି ଭାରତ-ପାକ୍‌ ମୁକାବିଲା, ଏସିଆ କପ୍‌ ଟି-୨୦ ଟୁର୍ଣ୍ଣାମେଣ୍ଟ ସ୍ଥଗିତ

କଲମ୍ବୋ: ସାରା ବିଶ୍ବରେ କରୋନା ଲହର ବଢ଼ିବାରେ ଲାଗିଛି। ବିଶେଷକରି ଏସିଆରେ କରୋନାର ଦ୍ବିତୀୟ ଲହର ଦେଖିବାକୁ ମିଳିଛି। ବିଶ୍ବର ବଡ଼ ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ଅଧାରୁ ସ୍ଥଗିତ ରହିଛି।

ଏସବୁ ମଧ୍ୟରେ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବା ଆସନ୍ତା ଏସିଆ କପ୍‌ ଟି-ଟ୍ୱେଣ୍ଟି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିବା ସୂଚନା ରହିଛି। ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ଼ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆସଲି ଡି’ ସିଲ୍‌ଭା ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ଏବିଷୟରେ ସୂଚନା ଦେଇଛନ୍ତି । କିନ୍ତୁ ଏସିଆନ୍‌ କ୍ରିକେଟ୍‌ କାଉନସିଲ୍‌ ପକ୍ଷରୁ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।

ଆସନ୍ତା ଜୁନ ମାସରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ଡି’ସିଲ୍‌ଭା କହିଛନ୍ତି, ବର୍ତ୍ତମାନର ସ୍ୱାସ୍ଥ୍ୟ ସଙ୍କଟ ସମୟରେ ଜୁନ୍‌ ମାସରେ ଏସିଆ କପ୍‌ ଆୟୋଜନ ଅସମ୍ଭବ। ଏହି ଟୁର୍ଣ୍ଣାମେଣ୍ଟକୁ ୨୦୨୩ ଦିନିକିଆ ବିଶ୍ୱକପ୍‌ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବ ସମ୍ଭାବନା ରହିଛି। କାରଣ ସମସ୍ତ ଦଳ ଆସନ୍ତା ୨ବର୍ଷ ପାଇଁ କ୍ରୀଡ଼ାସୂଚୀ ପ୍ରସ୍ତୁତ କରିସାରିଛନ୍ତି।’

Leave A Reply

Your email address will not be published.