Odisha Link
Bridging the Missing Links in Odisha

ନଦୀରେ ଖସି ପଡ଼ିଲା ଇଞ୍ଜିନ୍

ରାଉରକେଲା: ନଦୀରେ ଖସି ପଡ଼ିଲା ଟ୍ରେନ୍ ଇଞ୍ଜିନ୍। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ କନରବା ଷ୍ଟେସନ ନିକଟରେ ଘଟିଛି ଏଭଳି ଦୁର୍ଘଟଣା। ହାଟିଆ-ରାଉରକେଲା ପାସେଞ୍ଜର ଟ୍ରେନର ଇଞ୍ଜିନ ବଗିରୁ ଅଲଗା ହୋଇ ନଦୀରେ ଖସି ପଡ଼ିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବିକ, ଟ୍ରେନ୍‌ଟି ହାଟିଆରୁ ରାଉରକେଲା ଯାଉଥିଲା। ହେଲେ କନରବା ଷ୍ଟେସନ ପାଖରେ ଏହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଟ୍ରେନର ଇଞ୍ଜିନ୍ ବଗିରୁ ଅଲଗା ହୋଇ ନଦୀରେ ଖସି ପଡ଼ିଥିଲା। ତେବେ ଭୁଲ ସିଗନାଲ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତନ୍ଦନ୍ତରୁ ଜଣାପଡ଼ିଛି।

ଅପରପକ୍ଷେ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଏହି ଘଟଣାରେ ରେଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ନେଇ ସୂଚନା ରହିଛି।

Leave A Reply

Your email address will not be published.