Odisha Link
Bridging the Missing Links in Odisha

ବାତ୍ୟାର ପ୍ରଭାବ ଏହି ସବୁ ଜିଲ୍ଲା ମାନଙ୍କରେ ଅଧିକ ହୋଇ ପାରେ

ଭୁବନେଶ୍ବର: ମହମାରୀ ସମୟରେ ମାଡ଼ି ଆସୁଛି ଆଉ ଏକ ବାତ୍ୟା। ତାଉତେ ପରେ ବାତ୍ୟା ‘ୟଶ୍’ ସ୍ଥଳଭାଗ ମୁହାଁଉଛି। ଏହି ବାତ୍ୟା ଭୀଷଣ ବା ଅତିଭୀଷଣ ଆକାରର ହୋଇପାରେ। ଏ ସମ୍ପର୍କରେ ପାଣିପାଗ ବିଜ୍ଞାନୀ ତଥା ଆଇଏମଡି ସାଇକ୍ଲୋନ ୱାର୍ଣ୍ଣିଂ ସେଣ୍ଟର ମୁଖ୍ୟ ଆର.କେ ଜେନାମଣି ସୂଚନା ଦେଇଛନ୍ତି। ଏଥିସହିତ ବାତ୍ୟାର ପ୍ରଭାବ ଉତ୍ତର ଓଡ଼ିଶାର ଜିଲ୍ଲା ମାନଙ୍କରେ ଅଧିକ ହୋଇ ପାରେ ବୋଲି ପୂର୍ବାନୁମାନ କରାଯାଇଥିବା କହିଛନ୍ତି ଶ୍ରୀ ଜେନାମଣି।

ଆସନ୍ତା ୨୨ ତାରିଖରେ ବାତ୍ୟା ନେଇ ସଠିକ ଆକଳନ କରାଯାଇପାରିବ। ବାତ୍ୟା ତ ନିଶ୍ଚୟ ହେବ। ତେବେ କେଉଁଠି ଲ୍ୟାଣ୍ଡଫଲ କରିବ ତାହା ୨୨ ତାରିଖରେ କହିହେବ। ତେବେ ଏହା ଭୀଷଣ ବା ଅତିଭୀଷଣ ଆକାରର ବାତ୍ୟା ହୋଇପାରେ। ୨୨ରେ ସୃଷ୍ଟ ଲଘୁଚାପ ୨୪ରେ ବାତ୍ୟାରେ ରୂପାନ୍ତରିତ ହେବ। ୨୫ରେ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ।

ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ସହ ଏସଆରସିଙ୍କ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ହୋଇଛି। ଏହି ଅବସରରେ ଏସଆରସି ବିଭିନ୍ନ ବିଭାଗର ସଚିବଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସଜାଗ କରିଛନ୍ତି । ମ୍ୟାନ ପାୱାର ଓ ମେସିନାରୀ ପ୍ରସ୍ତୁତ ରଖିବାକୁ ଏସଆରସି ନିଦେ୍ର୍ଧଶ ଦେଇଛନ୍ତି। ତେବେ ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ବିଭାଗୀୟ ସଚିବମାନେ କହିଥିଲେ । ଆଗୁଆ ପଦକ୍ଷେପ ନେଇ ସିଏମଓରୁ ନିଦେ୍ର୍ଧଶ ଥିବା ସେମାନେ ଜଣାଇଥିଲେ ।

ବାତ୍ୟା ମୁକାବିଲା ପାଇଁ ଗତକାଲି ମଧ୍ୟ ଓଡ୍ରାଫ୍, ଏନଡିଆରଏଫ୍, ଓଡ଼ିଶା ପୁଲିସ ଓ ପାଣିପାଗ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏସଆରସି । ଏଥିସହ ଜିଲ୍ଲାପାଳମାନଙ୍କ ସହ ବି ଆଲୋଚନା କରିଥିଲେ ଓ ୧୦ଟି ଜିଲ୍ଲାରେ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.