Odisha Link
Bridging the Missing Links in Odisha

ଭୟଙ୍କର ହୋଇପାରେ ବାତ୍ୟା!

ଭୁବନେଶ୍ବର: ମହମାରୀ ସମୟରେ ମାଡ଼ି ଆସୁଛି ଆଉ ଏକ ବାତ୍ୟା। ତାଉତେ ପରେ ବାତ୍ୟା ‘ୟଶ୍’ ସ୍ଥଳଭାଗ ମୁହାଁଉଛି। ଏହି ବାତ୍ୟା ଭୀଷଣ ବା ଅତିଭୀଷଣ ଆକାରର ହୋଇପାରେ। ଏ ସମ୍ପର୍କରେ ପାଣିପାଗ ବିଜ୍ଞାନୀ ତଥା ଆଇଏମଡି ସାଇକ୍ଲୋନ ୱାର୍ଣ୍ଣିଂ ସେଣ୍ଟର ମୁଖ୍ୟ ଆର.କେ ଜେନାମଣି ସୂଚନା ଦେଇଛନ୍ତି।

ଆସନ୍ତା ୨୨ ତାରିଖରେ ବାତ୍ୟା ନେଇ ସଠିକ ଆକଳନ କରାଯାଇପାରିବ। ବାତ୍ୟା ତ ନିଶ୍ଚୟ ହେବ। ତେବେ କେଉଁଠି ଲ୍ୟାଣ୍ଡଫଲ କରିବ ତାହା ୨୨ ତାରିଖରେ କହିହେବ। ତେବେ ଏହା ଭୀଷଣ ବା ଅତିଭୀଷଣ ଆକାରର ବାତ୍ୟା ହୋଇପାରେ। ୨୨ରେ ସୃଷ୍ଟ ଲଘୁଚାପ ୨୪ରେ ବାତ୍ୟାରେ ରୂପାନ୍ତରିତ ହେବ। ୨୫ରେ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ।

ବାତ୍ୟାର ପ୍ରଭାବ ଉତ୍ତର ଓଡ଼ିଶାର ଜିଲ୍ଲାମାନଙ୍କରେ ଅଧିକ ହେବ ବୋଲି ପାଣିପାଗ ବିଜ୍ଞାନୀ ତଥା ଆଇଏମଡି ସାଇକ୍ଲୋନ ୱାର୍ଣ୍ଣିଂ ସେଣ୍ଟର ମୁଖ୍ୟ ଆର.କେ ଜେନାମଣି କହିଛନ୍ତି।

Leave A Reply

Your email address will not be published.