Odisha Link
Bridging the Missing Links in Odisha

ଭୁବନେଶ୍ୱରରୁ ଆଉ ୧୦୭୬ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ହୁ ହୁ ହୋଇ ସଂକ୍ରମଣ ବଢିଚାଲିଛି। ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୨୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ୯୮୯ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ପଜିଟିଭ ସଂଖ୍ୟା ୬୭ ହଜାର ୯୫୬କୁ ବୃଦ୍ଧି ପାଇଛି। ଏଥିସହ ୫୪ ହଜାର ୮୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୨,୭୫୬ ଜଣ ଚିକିତ୍ସିତ ହେଉଥିବା ବେଳେ ୩୧୦ ଜଣଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.