Odisha Link
Bridging the Missing Links in Odisha

ଅଘଟଣ: ଜଳିଗଲା ସମଲେଶ୍ୱରୀ ମନ୍ଦିରର ଦୀପ ଘର

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମ୍ବଲେଶ୍ବରୀ ମନ୍ଦିରରେ ଅଘଟଣ। ରବିବାର ବିଳମ୍ବିତ ରାତ୍ରୀରେ ଜଳିଗଲା ମନ୍ଦୀରର ଦୀପ ଘର। ମହାମାରୀ କରୋନା ଓ ରାଜ୍ୟକୁ ବାତ୍ୟା ବିପଦ ଥିବା ସମୟରେ ଅଘଟଣ ହୋଇଥିବାରୁ ଅଘଟଣକୁ ନେଇ ଜୋର ଚର୍ଚ୍ଚା ହେଉଛି। ହେଲେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ମିଳିଥିବା ସୂଚନା ମୁତାବିକ, ରବିବାର ବିଳମ୍ବିତ ରାତିରେ ମା’ଙ୍କ ମନ୍ଦିରର ଦୀପ ଘରେ ଅଗ୍ନିକାଣ୍ଡ ହୋଇଥିଲା। ନିଆଁ ଲାଗି ଯିବା ଫଳରେ ଦୀପ ଘରର ସମସ୍ତ ସାମଗ୍ରୀ ଜଳି ଯାଇଛି। ଅନ୍ୟପଟେ ମୂଖ୍ୟ ମନ୍ଦିରର କୌଣସି କ୍ଷତି ହୋଇନାହିଁ। ରାତି ପାଖାପାଖି ଦୁଇଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଅଗ୍ନିଶମ ବିଭାଗ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଛି।

ଏହି ଅଘଟଣରେ କାହାର ଜୀବନ ହାନି ହୋଇ ନାହିଁ। ଆଜି ମାଁ ସମ୍ବଲେଶ୍ବରୀଙ୍କର ଦୈନିକ ନୀତିକାନ୍ତିରେ କୌଣସି ବାଧା ହୋଇନାହିଁ।

Leave A Reply

Your email address will not be published.