Odisha Link
Bridging the Missing Links in Odisha

କରୋନା: ଦିନକରେ ୭,୨୧୬ ପଜିଟିଭ ଚିହ୍ନଟ, କଟକରୁ ସର୍ବାଧିକ

ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭,୩୯,୯୫୫ରେ ପହଞ୍ଚିଛି ।

b ରାଜ୍ୟରେ ଧିରେ ଧିରେ କମୁଛି କରୋନା ପଜିଟିଭ ସଂଖ୍ୟା। ଦୈନିକ ଆକ୍ରାନ୍ତ ସଂଖ୍ୟାରେ ଦିନକୁ ଦିନ ବ୍ରେକ୍‌ ଲାଗିବାରେ ଲଗିଛି। ତେବେ ଗୁରୁବାର ପଜିଟିଭ୍ ସଂଖ୍ୟା ୭ ହଜାର ତଲେ ଥିବା ବେଳେ ଶୁକ୍ରବାର ପୁଣି ବଢିଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୨୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭,୩୯,୯୫୫ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୦୪୧ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରେ ରହିଥିବା ବେଳେ ୩୧୭୫ ଜଣ ସ୍ଥାନୀୟ ବାସିନ୍ଦା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୦୯ଜଣ, ବାଲେଶ୍ୱର ଜିଲ୍ଲାରୁ ୨୧୫ଜଣ, ବରଗଡ଼ ଜିଲ୍ଲାରୁ ୩୩୧ଜଣ, ଭଦ୍ରକ ଜିଲ୍ଲାରୁ ୨୪୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୩୦ଜଣ, ବୌଦ୍ଧ ଜିଲ୍ଲାରୁ ୧୪୮ଜଣ, କଟକ ଜିଲ୍ଲାରୁ ୧୦୯୧ଜଣ, ଦେଓଗଡ଼ ଜିଲ୍ଲାରୁ ୬୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୨୮ଜଣ, ଗଜପତି ଜିଲ୍ଲାରୁ ୩୮ଜଣ, ଗଞ୍ଜାମ ଜିଲ୍ଲାରୁ ୧୫୦ଜଣ, ଜଗତସିଂହପୁର ଜିଲ୍ଲାରୁ ୧୮୩ଜଣ , ଯାଜପୁର ଜିଲ୍ଲାରୁ ୨୪୧ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୬୪ଜଣ, କଳାହାଣ୍ଡି ଜିଲ୍ଲାରୁ ୧୫୦ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୮୭ଜଣ, କେନ୍ଦୁଝର ଜିଲ୍ଲାରୁ ୭୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮୦୯ଜଣ, କୋରାପୁଟ ଜିଲ୍ଲାରୁ ୨୨୦ଜଣ, ମାଲକାନଗିରି ଜିଲ୍ଲାରୁ ୧୩୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୪୨ଜଣ, ନୟାଗଡ଼ ଜିଲ୍ଲାରୁ ୧୬୪ଜଣ, ନୂଆପଡ଼ା ଜିଲ୍ଲାରୁ ୬୬ଜଣ, ପୁରୀ ଜିଲ୍ଲାରୁ ୧୧୦ଜଣ, ରାୟଗଡ଼ା ଜିଲ୍ଲାରୁ ୨୪୬ଜଣ, ସମ୍ବଲପୁର ଜିଲ୍ଲାରୁ ୨୪୧ଜଣ, ସୋନପୁର ଜିଲ୍ଲାରୁ ୭୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୮୪ଜଣ, ଷ୍ଟେଟ୍‌ ପୁଲ୍‌ରୁ ୧୪୬ଜଣ ରହିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭,୩୯,୯୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧,୦୨,୦୭୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୩୫୧୭୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave A Reply

Your email address will not be published.