Odisha Link
Bridging the Missing Links in Odisha

ଜୁନ୍ ପହିଲାରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସାମନ୍ୟ ହ୍ରାସ ପାଇବାରେ ଲାଗିଛି। ଏହାରି ମଧ୍ୟରେ ସରିଛି ଖରାଦିନ ଛୁଟି। ଜୁନ୍ ପହିଲାରୁ ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବାକୁ ଯାଉଛି।

ତେବେ ମେ’ ୩୧ ତାରିଖ ଯାଏ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖରାଦିନ ଛୁଟି ଘୋଷଣା କରାଯାଇଥିଲା। ଏନେଇ ସମସ୍ତ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ।

ଅନ୍ୟପଟେ ରାଜ୍ୟରେ ପାଠପଢା ଓ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ସ୍କୁଲ ଖୋଲିବା ଓ ପାଠପଢା ନେଇ କେନ୍ଦ୍ର ସହ ଆଲୋଚନା ହେବା ସହ ସମୀକ୍ଷା କରାଯାଇଛି। ଶିକ୍ଷାବର୍ଷ ଏକ ପ୍ରକାର ସରିଯାଇଛି, କିନ୍ତୁ ସ୍କୁଲ ଖୋଲାଯାଇ ପାରିନାହିଁ। ସର୍ବଭାରତୀୟ ସ୍ତରରେ ଗୋଟିଏ ବାଟ ବାହାରି ପାରିଲେ ଭଲ ହୁଅନ୍ତା। ଜୁନ ପ୍ରଥମ ସପ୍ତାହରେ ଏନେଇ ଚିନ୍ତା କରାଯିବ।