Odisha Link
Bridging the Missing Links in Odisha

ଭୁବନେଶ୍ବରରେ ପିଏମ୍‌ ମୋଦୀ, ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା ବୈଠକ ଶେଷ

ଭୁବନେଶ୍ବର: ବାତ୍ୟା ‘ୟାସ୍‌’ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା ପାଇଁ ଆଜି ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ୱର ବିମାନବନ୍ଦରରେ ସେ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରୁଛନ୍ତି।

ପ୍ରଧାନମନ୍ତ୍ରୀ ପ୍ରାୟ ୧ ଘଣ୍ଟା ଧରି ଭୁବନେଶ୍ୱର ବିମାନ ବନ୍ଦରରେ ରହିଥିଲେ। ସେଠାରେ ସେ ବାତ୍ୟା ୟସର କ୍ଷୟକ୍ଷତି ନେଇ ସମୀକ୍ଷା କରିଛନ୍ତି।  ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ, ମୁଖ୍ୟସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ପ୍ରମୁଖ ଉପସ୍ଥିତ ରହିଥିଲେ।

ସମୀକ୍ଷା କରିବା ପରେ ପ୍ରଧାନମନ୍ତ୍ରୀ ବାଲେଶ୍ୱର ଓ ଭଦ୍ରକ ଅଂଚଳର ପ୍ରଭାବିତ ଅଂଚଳକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିବେ। ବାଲେଶ୍ୱର ଓ ଭଦ୍ରକର କ୍ଷୟକ୍ଷତି ଦେଖିବା ପରେ ପୂର୍ବ ମେଦିନୀପୁର ଅଂଚଳର ବି କ୍ଷୟକ୍ଷତିକୁ ଅନୁଧ୍ୟାନ କରିବେ।

ସେହିପରି ପଶ୍ଚିମବଙ୍ଗ ପ୍ରଶାସନ ସହ ସେ ମଧ୍ୟ ସମୀକ୍ଷା ବୈଠକ କରିବେ ବୋଲି ଜାଣିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୀକ୍ଷାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରାଯାଉଛି । କାହିଁକିନା ସମୀକ୍ଷା କରିବା ପରେ ପ୍ରଧାନମନ୍ତ୍ରୀ ଏନେଇ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବେ। ଅପରପକ୍ଷରେ ରାଜ୍ୟ ସରକାର ମଧ୍ୟ ପ୍ରାକ କ୍ଷୟକ୍ଷତି ଆକଳନ କରି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିବେ।

Leave A Reply

Your email address will not be published.