Odisha Link
Bridging the Missing Links in Odisha

ଭାରତ ବାହାରେ ହେବ ଆଇସିସି ଟି-୨୦ ବିଶ୍ୱକପ

ନୂଆଦିଲ୍ଲୀ: ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି-୨୦ ବିଶ୍ୱକପର ଆୟୋଜନ ଏବେ ଦେଶ ବାହାରେ ହେବ। ଆଇସିସି ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇ ଓ ଓମାନରେ ଆୟୋଜିତ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଭାରତରେ ଏବେ କରୋନା ମହାମାରୀ ଦ୍ୱିତୀୟ ଲହର ଚାଲିଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ଏହାର ଆଭ୍ୟନ୍ତରୀଣ ପ୍ରସ୍ତୁତି ପାଇଁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆଇସିସିକୁ ସୂଚନା ଦେଇଛି।

ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପୂର୍ବରୁ ୟୁଏଇକୁ ପ୍ରଥମ ବିକଳ୍ପ ଭାବେ ବିବେଚନା କରାଯାଇଥିଲା। ବର୍ତ୍ତମାନ ଅବୁ-ଧାବି, ଦୁବାଇ ଓ ଶାରଜାହ ସହିତ ଓମାନର ରାଜଧାନୀ ମସ୍କଟକୁ ଚତୁର୍ଥ ବିକଳ୍ପ ସ୍ଥାନ ଭାବେ ଯୋଡା ଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଅକ୍ଟୋବର ମାସର ଶେଷ ସପ୍ତାହରେ ହେବ।

Leave A Reply

Your email address will not be published.