Odisha Link
Bridging the Missing Links in Odisha

କମୁଛି ସଂକ୍ରମଣ, ଅନ୍‌ଲକ୍‌ ହେବ ଓଡ଼ିଶା

ଭୁବନେଶ୍ବର: କାମ ଦେଉଛି ଲକ୍‌ଡାଉନ୍‌ ଓ ସପ୍ତାହାନ୍ତ ସଟ୍‌ଡାଉନ୍‌ କଟକଣା। ରାଜ୍ୟରେ କରୋନା ସ୍ଥିତି ସୁଧୁରିବାରେ ଲାଗିଛି। ରାଜ୍ୟରେ ବର୍ତ୍ତମାନ ୭.୨୩% ରହିଛି ପଜିଟିଭ୍‌ ହାର। ଅର୍ଥାତ ୧୦୦ ନମୁନା ପରୀକ୍ଷାରେ ୭ ନମୁନା ପଜିଟିଭ୍‌ ଆସୁଛି। ୧୯ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା କମିଥିବା ବେଳେ ୧୧ ଜିଲ୍ଲାରେ ବଢିଛି। ତେବେ ପଜିଟିଭ ହାରକୁ ଅନୁଧ୍ୟାନ କରିବା ପରେ ଆସନ୍ତା ୧୭ରୁ ୨୬ଟି ଜିଲ୍ଲାରେ ଅନଲକ ପ୍ରକ୍ରିୟା ସରକାର ଆରମ୍ଭ କରିବେ ବୋଲି ଜଣାପଡ଼ିଛି।

୧୭ ତାରିଖ ପରେ ରାଜ୍ୟରେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହେବ। କିଛି ନିୟମ କୋହଳ ହୋଇପାରେ ଆଉ କିଛି ନିୟମ ବଳବତ୍ତର ରହିବ। ତେବେ ଅନୁଗୁଳ, ଖୋର୍ଦ୍ଧା, କଟକ ଓ ଯାଜପୁର ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି ହେବ ବୋଲି ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି । ଅନଲକ୍‌ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି।

ସମସ୍ତ ଜିଲ୍ଲାକୁ ୩ ଜୋନ୍‌ରେ ବିଭକ୍ତ କରି ସରକାର ଅନଲକ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ପଜିଟିଭ୍‌ ହାର ୧୦% ରୁ ଅଧିକ ଥିବା ଜିଲ୍ଲାରେ ବଳବତ୍ତର ରହିବ ଲକ୍‌ଡାଉନ। ଆଉ ୫% ତଳେ ପଜିଟିଭ୍‌ ହାର ଥିଲେ ନିୟମକୁ କୋହଳ କରାଯିବ।

Leave A Reply

Your email address will not be published.