Odisha Link
Bridging the Missing Links in Odisha

ଜୁନ ଶେଷ ସପ୍ତାହରେ ମାଟ୍ରିକ ରେଜଲ୍ଟ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ମହାମାରୀ କରୋନା ସମୟରେ ବଡ଼ ଖବର। ଚଳିତ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ। ଏନେଇ ରବିବାର ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଚଳିତ ବର୍ଷ କରୋନାର ୨ୟ ଲହରକୁ ଦେଖି ମାଟ୍ରିକ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଯାହାର ମୁଲ୍ୟାୟନ ହୋଇଛି। ଜୁନ୍‌ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ରେଜଲ୍ଟ। ମାଟ୍ରିକ୍‌ ମୁଲ୍ୟାୟନ କାର୍ଯ୍ୟ ସଠିକ୍‌ ଭାବେ କରାଯାଉଛି। ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇବା ପାଇଁ ଚେଷ୍ଟା କରାଯାଉଛି।

ସେ ଆଉ କହିଚନ୍ତି ଯେ, ଏବେ ସ୍କୁଲ ଖୋଲାଯିବା ସମ୍ପର୍କରେ କହିବା ସମ୍ଭବ ନୁହେଁ। ବିଶେଷଜ୍ଞ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ସୂଚନାଥାଉକି, ଲକ୍‌ଡାଉନ୍‌ର ଅବଧି ବଢିବା ଓ ବାତ୍ୟା ‘ୟାସ୍‌’ର ପ୍ରଭାବ ସତ୍ତେ୍ୱ ମାଟ୍ରିକ୍‌ ମାର୍କ ଅପ୍‌ଲୋଡ୍‌ କାର୍ଯ୍ୟ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଶେଷ ହୋଇଛି । ରାଜ୍ୟର ୮୯୫୮ ସ୍କୁଲର ମାର୍କ ଅପ୍‌ଲୋଡ୍‌ କାର୍ଯ୍ୟ ୨୭୬୬ ମେଣ୍ଟର ସ୍କୁଲରେ ଶେଷ ହୋଇଛି । ଏବେ ବୋର୍ଡ ପକ୍ଷରୁ ମାର୍କ ଟାବୁଲେସନ କାର୍ଯ୍ୟ ଆରମ୍ଭ ହୋଇଛି । ଏହା ଜୁନ୍‌ ଶେଷ ସପ୍ତାହ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.