Odisha Link
Bridging the Missing Links in Odisha

୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼ିବ ଆପ୍

ଅହମଦାବାଦ: ଗୁଜରାଟରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏବେଠୁ ରାଜନୈତିକ ମହୋଲ ଚଳଚଞ୍ଚଳ। ଏହାରି ମଧ୍ୟରେ ଆଜି ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ, ଆପ୍ ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼ିବ।

ସୋମବାର ଦିନ କେଜ୍ରିୱାଲ ଗୁଜରାଟ ଗସ୍ତରେ ଯାଇଥିଲେ। ଅହମଦାବାଦରେ ସାମ୍ବାଦିକ ସମ୍ମିଳନୀ ସମୟରେ ସେ କହିଛନ୍ତି, ତାଙ୍କ ଦଳ ସବୁ ଆସନରୁ ନିର୍ବାଚନ ଲଢ଼ିବ। ଏହା ପୂର୍ବରୁ ରବିବାର ଦିନ ଅରବିନ୍ଦ କେଜ୍ରିୱାଲ ଗୁଜରାଟୀ ଭାଷାରେ ଟ୍ୱିଟ କରିଥିଲେ। ଟ୍ୱିଟରେ ସେ କହିଥିଲେ, ‘ରାଜ୍ୟରେ ବର୍ତ୍ତମାନ ପରିବର୍ତ୍ତନ ଆସିବ। ମୁଁ କାଲି ଗୁଜରାଟ ଆସୁଛି, ରାଜ୍ୟବାସୀଙ୍କୁ ସାକ୍ଷାତ କରିବି।’

ଗୁଜରାଟ ନିର୍ବାଚନକୁ ନେଇ ସବୁ ଦଳ ସମସ୍ତ ଦଳ ପଟିଦାର ସମ୍ପ୍ରଦାୟକୁ ଏକାଠି କରିବାକୁ ଚେଷ୍ଟା କରୁଛନ୍ତି। ରବିବାର ଦିନ ଖୋଡାଲଧାମ ଠାରେ ପଟିଦାର ସମାଜର ମୁଖ୍ୟମାନଙ୍କର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଟିଦାର ହେବା ଉଚିତ୍।

୨୦୨୧ ମସିହାରେ ସୁରଟ ମ୍ୟୁନିସିପାଲିଟିରେ ଥିବା ୧୨୦ ଟି ଆସନ ମଧ୍ୟରୁ ୨୭ ଟି ଜିତିବା ପରେ ଅରବିନ୍ଦ କେଜ୍ରିୱାଲଙ୍କ ଏହା ଦ୍ୱିତୀୟ ଗୁଜୁରାଟ ଗସ୍ତ।

Leave A Reply

Your email address will not be published.