Odisha Link
Bridging the Missing Links in Odisha

ରାସ୍ତାରେ ଏସ୍‌ପିଙ୍କୁ ପିଟିଲେ ୩ କନେଷ୍ଟବଳ, ତାପରେ…

ଭୋପାଳ: ମଧ୍ୟପ୍ରଦେଶ ଭୋପାଳରେ ଅଭାବନୀୟ ଘଟଣା। ଏସପିଙ୍କୁ ମଝି ରାସ୍ତାରେ ପିଟିଲେ ୩ କନେଷ୍ଟବଳ। ଏପରିକି ଆକ୍ରମଣରୁ ବର୍ତ୍ତିବା ପାଇଁ ଏସ୍‌ପି ଜଣଙ୍କ ମଧ୍ୟ ନାକେଦମ ହୋଇ ଶେଷରେ ୧୦୦ ନମ୍ବରକୁ ଫୋନ କରି ସାହାଯ୍ୟ ମାଗିଥିଲେ।

ମିଳିଥିବା ସୂଚନା ମୁତାବିକ, ଏସ୍‌ପି ବିଏମ ଶକୟା ଘରକୁ ସରକାରୀ ଗାଡ଼ିରେ ଫେରୁଥିଲେ। ହେଲେ ସେ ସେହି ସମୟରେ ପୁଲିସ ଡ୍ରେସରେ ନଥିଲେ। ବାଟରେ ଯିବା ସମୟରେ ଏସପି ବାଟରେ ଅଟକି ରାସ୍ତାରେ ପଡ଼ିଥିବା ପଥରକୁ ହଟେଇବାକୁ ଚେଷ୍ଟା କରିଥିଲେ। ଠିକ୍‌ ଏହି ସମୟରେ ୩ ଜଣ ଯୁବକ ବାଲେନୋ କାର୍‌ ଯୋଗେ ସେଠାରେ ପହଞ୍ଚିଥିଲେ।

ସେମାନେ ଏସ୍‌ପି ଶକୟାଙ୍କୁ ଗାଳି ଗୁଲଜ କରିଥିଲେ। ଏହା ଦେଖି ଶକୟା ସେ ପୁଲିସ୍‌ ବିଭାଗରେ କାମ କରନ୍ତି ବୋଲି କହିଥିଲେ। ବାସ୍‌ ଏତିକି ଶୁଣି ୩ ଜଣ ଯାକ ଯୁବକ ସେମାନେ ମଧ୍ୟ ପୁଲିସ୍‌ରେ ଅଛନ୍ତି ବୋଲି କହିଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିଥିଲା। ଶେଷରେ ସେମାନେ ଏସ୍‌ପି ଶକୟାଙ୍କୁ ମାଡ଼ ମାରିବା ସହ ଧମକ ଚମକ ଦେଇଥିଲେ।୩ ଜଣ ଯାକ ମଦ ପିଇଥିବାରୁ ଶକୟା ୧୦୦ ନମ୍ବରକୁ ଫୋନ କରିଥିଲେ।

ଘଟଣାକୁ ନେଇ ଏସ୍‌ପି ଶକୟା ଟିଟି ନଗର ପୁଲିସ୍‌ ଷ୍ଟେସନରେ ଏଫଆଇଆର ରୁଜୁ କରିଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ ବାଲେନୋ କାରଟି ୨୫ତମ ବାଟାଲିୟନରେ କନଷ୍ଟେବଲ ଭାବେ କାମ କରୁଥିବା ବିନୋନ୍ଦ ପାରଶରଙ୍କ ନାଁରେ ପଞ୍ଜିକୃତ ହୋଇଛି। ତାଙ୍କ ସହ ଘଟଣା ବେଳେ ନେହରୁ ନଗର ପୁଲିସ୍‌ ଲାଇନରେ କାମ କରୁଥିବା ଅନୀଲ ଜାଠ ଓ ଟ୍ରାଫିକ ବିଭାଗରେ କାର୍ଯ୍ୟ କରୁଥିବା କନଷ୍ଟେବଲ ଅଭଦେଶ ଜାଠ ରହିଥିଲେ। ଅଜିତ ଜାଠ ପୂର୍ବରୁ ନିଲମ୍ବିତ ହୋଇଥିବା ବେଳେ ଏବେ ବିନୋନ୍ଦ ଓ ଅଭଦେଶ ନିଲମ୍ବିତ ହୋଇଛନ୍ତି।

Leave A Reply

Your email address will not be published.