Odisha Link
Bridging the Missing Links in Odisha

ପ୍ରେମିକର ଉନ୍ମତ୍ତକାଣ୍ଡ: ବନ୍ଧୁକଧାରୀ ଯୁବକକୁ କାବୁ କଲା ପୁଲିସ

ବଲାଙ୍ଗୀର: ଧରା ପଡିଲା ବନ୍ଧୁକଧାରୀ ଯୁବକ। ପ୍ରେମିକାକୁ ଉଠାଇ ଆଣିବାକୁ ଝିଅ ମାମୁଁ ଘରେ ପଶିଲା ଯୁବକ। ଭାଣିଜୀ ସହ ଏକ ତରଫା ପ୍ରେମ ସମ୍ପର୍କ ଥିବାରୁ ତାଙ୍କୁ ଅପହରଣ କରି ନେବା ପାଇଁ ବନ୍ଧୁକ ଧରି ଧସେଇ ପଶିଥିଲା ଯୁବକ। ଦୀର୍ଘ ୫ ଘଣ୍ଟାର ଅପରେଶନ ପରେ ବିକ୍ରମକୁ ପୁଲିସ କାବୁ କରିଛି। ଉଦ୍ଧାର ସମୟରେ ବିକ୍ରମ ପୁଲିସ ଉପରକୁ ୨ ରାଉଣ୍ଡ ଫାଇରିଂ କରିଛି।

ସୂଚନା ମୁତାବକ, ଆଜି ସକାଳୁ ତାଲପାଳିପଡ଼ାର ବିକ୍ରମ ପଣ୍ଡା ଏକ ବାଇକରେ ଆସି ଶାନ୍ତିପଡାର ମଦନ ମୋହନ ହୋତାଙ୍କ ପରିବାରକୁ ବନ୍ଧୁକ ଦେଖାଇ ଭୟଭୀତ କରି ଘରେ ପଶିଥିଲେ। ପରିବାର ଲୋକେ କବାଟ ଦେଇ ଏକ କୋଠରୀରେ ବନ୍ଦ ହୋଇଯାଇଥିଲେ। ଏହି ସମୟରେ ପରିବାରର ଅନ୍ୟଜଣେ ବାହାରୁ ଆସି ବାହାରପଟୁ କବାଟ ଦେଇ ଦେଇଥିଲେ। ଫଳରେ ଘର ପୋଟିକରେ ବନ୍ଧୁକଧାରି ଯୁବକ ଜଣକ ବନ୍ଦ ହୋଇ ରହିଥିଲେ।

ପୋଲିସ ଯୁବକଙ୍କ ମାଙ୍କୁ ଡକାଇ ବୁଝାସୁଝା କରିଥିଲେ। କିନ୍ତୁ କୌଣସି ସୁଫଳ ମିଳିନଥିଲା। ପୋଲିସ ବୁଲେଟ ପ୍ରୁଫ ଜାକେଟ ସହ ଅପରେଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା। ଏବଂ ଅତି ଚତୁରତାର ସହ ଯୁବକଙ୍କୁ କାବୁ କରିବା ସହ ପରିବାର ଲୋକଙ୍କୁ ଉଦ୍ଧାର କରିଥିଲା।

ଦୀର୍ଘ ୪ଘଣ୍ଟା ଧରି ବଲାଙ୍ଗୀର ପୋଲିସର ଅପରେସନ ପରେ ମଦନମୋହନ ହୋତାଙ୍କ ପୁଅ ଦିବ୍ୟ ରଞ୍ଜନ ହୋତା, ତାଙ୍କ ସ୍ତ୍ରୀ ଓ ୧୫ବର୍ଷର ପୁଅକୁ ପୋଲିସ ସୁରକ୍ଷିତ ଭାବେ ଝରକା ପଟୁ ଉଦ୍ଧାର କରିଛି। ଏନେଇ ବଲାଙ୍ଗୀର ପୋଲିସ ଏସ୍‌ଡିପିଓ ତୋଫାନ ବାଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଯୁବକଙ୍କ କବଳରୁ ସେମାନଙ୍କୁ ଉଦ୍ଧାର କରିବା ନେଇ ଏସ୍‌ଡିପିଓ ଙ୍କ ସମେତ ୨ ଜଣିଆ ପୋଲିସ ଟିମ୍ ଘର ଭିତରକୁ ପଶି ବନ୍ଧକଙ୍କୁ ଉଦ୍ଧାର କରିଥିଲେ।

ସୂଚନା ଯୋଗ୍ୟ, ବନ୍ଧକ ଥିବା ଦିବ୍ୟ ରଞ୍ଜନ ହୋତାଙ୍କ ଭାଣିଜୀଙ୍କୁ ଯୁବକ ଜଣଙ୍କ ଏକ ତରଫା ପ୍ରେମ କରୁଥିଲା। ଯୁବତୀ ଜଣକ ବଲାଙ୍ଗୀର ମେଡିକାଲରେ ଚାକିରି କରୁଥିବାରୁ ଶାନ୍ତିପଡ଼ା ମାମୁଙ୍କ ଘର ରହୁଥିଲେ। ତେବେ ଯୁବତୀ ଜଣଙ୍କୁ ଅପହରଣ କରିବା ନେଇ ମାମୁଁ ଘରେ ପଶିଥିଲା ଯୁବକ।

Leave A Reply

Your email address will not be published.