Odisha Link
Bridging the Missing Links in Odisha

ବାଲୁକା କଳାରେ ‘ଆନ୍ତର୍ଜାତୀୟ ଯୋଗ ଦିବସ’

ଭୁବନେଶ୍ବର: ଆଜି ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ୨୧ ଜୁନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ। ଏହି ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର ବେଳାଭୂମିରେ ନିଜ ଉତ୍କୃଷ୍ଟ ବାଲୁକାକଳା ପ୍ରଦର୍ଶନ କରିଛନ୍ତି। ବାଲୁକାକଳା ମାଧ୍ୟମରେ ଯୋଗ ସମ୍ବନ୍ଧିତ ସମସ୍ତ ଆସନଗୁଡ଼ିକୁ ନିଜ ସ୍ଥାନ ଦେଇଛନ୍ତି। ଆନ୍ତର୍ଜାତୀୟ ଯୋଗ ଦିବସରେ  ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ମାଧ୍ୟମରେ ଯୋଗ ଫର୍‌ ଓ୍ବେଲ୍‌ ବିଙ୍ଗ୍‌ର ବାର୍ତ୍ତା ଦେଇଛନ୍ତି।

ଯୋଗ, ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ ଅଟେ। କରୋନା ସମୟରେ ଲୋକମାନେ ମାନସିକ ଚାପ ଏବଂ ଉଦାସୀନତାର ଶିକାର ହେଉଥିବା ବେଳେ ଏଥିରୁ ମୁକ୍ତି ପାଇବା ପାଇଁ ଘରେ ରହି ଯୋଗ କରିବାକୁ ଚଳିତ ବର୍ଷ ଆହ୍ୱାନ କରାଯାଉଛି। ଚଳିତ ବର୍ଷର ଥିମ୍‌ ରହିଛି ଯୋଗ ଏଟ୍‌ ହୋମ୍।

ଯୋଗ ଦ୍ୱାରା ମାନସିକ ଅଶାନ୍ତି ଓ ଚାପରୁ ମୁକ୍ତି ମିଳିଥାଏ। ଯୋଗ ଶରୀର ଏବଂ ମନକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ପ୍ରାୟ ୬୦୦୦ ବର୍ଷ ପୂର୍ବେ ଯୋଗର ଉତ୍ପତ୍ତି ଭାରତରେ ହୋଇଥିବାର ଅନୁମାନ କରାଯାଏ। ଯୋଗ କେବଳ ଏକ ବ୍ୟାୟାମ ନୁହେଁ ନିଜ ଭିତରେ ଜଗତ ଏବଂ ପ୍ରକୃତି ସହ ଏକାଗ୍ରତା ଆବିଷ୍କାର କରିବାକୁ ହୋଇଥାଏ। ଚେତନା ଉଦ୍ରେକ କରି ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଆମ ପାରିପାର୍ଶ୍ୱିକ ଜଗତରେ ସହ ଖାପ ଖୁଆଇ ଚାଲିବାରେ ଯୋଗ ସହଯୋଗ କରେ।

ଜୁନ ୨୧ ଗ୍ରୀଷ୍ଣ ସଂକ୍ରାନ୍ତିରେ ସୂର୍ଯ୍ୟ ଦକ୍ଷିଣାୟନ ମୋଡ଼ ନେଇଥାନ୍ତି। ଉତ୍ତର ଗୋଲାର୍ଦ୍ଧରେ ପୁରା ବର୍ଷରେ ଏହି ଦିନର ଅବଧି ବଡ଼ ହୋଇଥିବା ସହ ବିଶ୍ୱରେ ବିଭିନ୍ନ ସ୍ଥାନରେ ଏହିଦିନର ମହତ୍ୱ ଅଛି। ତେଣୁ ଏହି ଦିନକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ବାଳନ କରାଯାଏ। ଯୋଗ ଶବ୍ଦ ସଂସ୍କୃତ ଶବ୍ଦ ‘ୟୁଜ୍’ ରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ ହେଉଛି ବ୍ୟକ୍ତିଗତ ଚେତନା।

Leave A Reply

Your email address will not be published.