Odisha Link
Bridging the Missing Links in Odisha

ଟିକା-ଫଟୋ-ରାଜନୀତି

ବାଲେଶ୍ୱର, ଜୟପୁର ଓ ରାୟଗଡ଼ାରେ ବିଜେପି ନେତା ଓ କର୍ମୀମାନେ ପ୍ରତିବାଦ କରିଛନ୍ତି। ବାଲେଶ୍ୱରରେ ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ବାଦ୍‌ ଦେଇ କେବଳ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଥିବାରୁ ବିଜେପି କର୍ମୀ ହୋହାଲ୍ଲା କରିବା ସହ ଏହାକୁ ବିରୋଧ କରିଛନ୍ତି।

ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ବିତୀୟ ଲହର ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି। ଅନ୍ୟପଟେ ରାଜ୍ୟରେ କ୍ୟାମ୍ପେନ ମୋଡରେ ଟିକାକରଣ କରାଯାଉଛି। ଏସବୁ ମଧ୍ୟରେ ଟିକା କେନ୍ଦ୍ର ବାହାରେ ଲାଗିଥିବା ପୋଷ୍ଟରକୁ ନେଇ ଦେଖାଦେଇଛି ବିବାଦ।

ରାଜ୍ୟରେ କରୋନା ମହାମାରୀକୁ ମାତ୍‌ ଦେବାକୁ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବାରୁ ପ୍ରତିବାଦ କରିଛନ୍ତି ବିଜେପି କର୍ମୀ। କରୋନା ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ବାଦ୍ ଦେଇ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ରରେ ବିଜେପି ପ୍ରତିବାଦ କରିଛି।

ବାଲେଶ୍ୱର, ଜୟପୁର ଓ ରାୟଗଡ଼ାରେ ବିଜେପି ନେତା ଓ କର୍ମୀମାନେ ପ୍ରତିବାଦ କରିଛନ୍ତି। ବାଲେଶ୍ୱରରେ ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ବାଦ୍‌ ଦେଇ କେବଳ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଥିବାରୁ ବିଜେପି କର୍ମୀ ହୋହାଲ୍ଲା କରିବା ସହ ଏହାକୁ ବିରୋଧ କରିଛନ୍ତି।

ବାଲେଶ୍ୱର ଗାନ୍ଧି ସ୍ମୃତି ଭବନ ଟିକାକରଣ କେନ୍ଦ୍ରରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଥିବାରୁ ବିଜେପି କର୍ମୀ ଏହାର ପ୍ରତିବାଦ କରିଥିଲେ। ସେହିପରି କୋରାପୁଟ ଜିଲ୍ଲା ଜୟପୁରରେ ମଧ୍ୟ ଟିକାକରଣ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି। ଟିକାକରଣ ନେଇ ରାଜ୍ୟ ସରକାର ମାଇଲେଜ୍ ନେଉଥିବା ଅଭିଯୋଗ ଆଣି ସିଡିଏମଓଙ୍କୁ ଘେରାଉ କରିଛନ୍ତି ବିଜେପି କର୍ମୀ। ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଜୟପୁରରେ କୋରାପୁଟ ସିଡଏମଓଙ୍କୁ ଘେରିଛି ବିଜେପି। ଘଟଣାସ୍ଥଳରେ ଜୟପୁର ସଦର ପୋଲିସ ପହଞ୍ଚି ବୁଝାସୁଝା କରିଥିବା ଜଣାପଡ଼ିଛି।

ରାୟଗଡ଼ା ଜିଲ୍ଲା ୟୁଜିଏମ୍‌ଆଇଟିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନ ରହିବାରୁ ବିଜେପି କର୍ମୀ ପ୍ରତିବାଦ କରିଛନ୍ତି। ଟିକାକରଣ ଅଭିଯାନରେ କେନ୍ଦ୍ର ସରକାର କରୋନା ଟିକା ମାଗଣାରେ ଦେଉଥିବା ବେଳେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ କାହିଁକି ରହିବ ବୋଲି ବିଜେପି ପ୍ରଶ୍ନ କରିଛି। ସେହିପରି ଅନୁଗୁଳରେ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି। ବିଜେପି କର୍ମୀ ମାନେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.