Odisha Link
Bridging the Missing Links in Odisha

ବିନା ପରୀକ୍ଷାରେ ଆଜି ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ

କଟକ: ଆଜି ବାହାରିବ ମାଟ୍ରିକ୍‌ ପରୀକ୍ଷା ଫଳ। ଚଳିତବର୍ଷର ହାଇସ୍କୁଲ୍‌ ସାର୍ଟିଫିକେଟ୍‌ ବା ମାଟ୍ରିକ୍‌ ପରୀକ୍ଷା ଫଳ ସମେତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ଏବଂ ସଂସ୍କୃତ ମଧ୍ୟମା ପରୀକ୍ଷା ଫଳ ଶୁକ୍ରବାରପ୍ରକାଶ ପାଇବ। ଅପରାହ୍ନ ୧ଟା ବେଳେ ଏକଜାମିନେସନ୍‌ କମିଟିର ଅନୁମୋଦନ ଲାଭ କରିବା ପରେ ଅପରାହ୍ନ ୪ଟାରେ ବୋର୍ଡ କାର୍ଯ୍ୟାଳୟରେ ଫଳ ଘୋଷଣା କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏଥିସହିତ ସନ୍ଧ୍ୟା ୬ଟାରେ ବୋର୍ଡ ଓ୍ବେବସାଇଟ୍‌ http://www.bseodisha.ac.in/  ଓ http://www.bseodisha.nic.in/ ରେ  ରେଜଲ୍ଟ ଉପଲବ୍ଧ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଇଣ୍ଟରନେଟ୍‌ ସୁବିଧା ନଥିଲେ ମଧ୍ୟ ମୋବାଇଲ୍‌ ଯୋଗେ ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ ଜାଣିପାରିବାର ବ୍ୟବସ୍ଥା ରହିଛି । ବିଦ୍ୟାଳୟରୁ ରୋଲ ନମ୍ବର ଆଣି ‘ଓଆର୍‌୦୧ ରୋଲ୍‌ ନମ୍ବର’ ଲେଖି ୫୬୭୬୭୫୦ ନମ୍ବରରେ ଏସ୍‌ଏମ୍‌ଏସ୍‌ କଲେ ରେଜଲ୍ଟ ଜଣାପଡ଼ିବାର ବ୍ୟବସ୍ଥା ରହିଛି।ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ଚଳିତବର୍ଷର ଫଳାଫଳ ଏଇଥିପାଇଁ ସ୍ୱତନ୍ତ୍ର ଯେ ବିନା ପରୀକ୍ଷାରେ ଏଥର ଫଳ ପ୍ରକାଶ ପାଉଛି, ଯାହାକୁ ପ୍ରାୟ ସାଢେ ଛଅ ଲକ୍ଷ ଛାତ୍ରଛାତ୍ରୀ, ସେମାନଙ୍କ ପରିବାର ସଦସ୍ୟ, ଶିକ୍ଷକ ଓ ଅଭିଭାବକ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । ଏବର୍ଷ ମାଟ୍ରିକ୍‌ ପରୀକ୍ଷା ମେ’ ୩ ରୁ ୧୫ ତାରିଖ ଯାଏ ହେବ ବୋଲି ଧାର୍ଯ୍ୟ ହୋଇଥିଲା । ରେଗୁଲାର, ଏକ୍ସରେଗୁଲାର, ସଂସ୍କୃତ ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ଆଦି ସବୁ ମିଶି ପ୍ରାୟ ୬ ଲକ୍ଷ ୪୭ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥାନ୍ତେ । ଏଥିଲାଗି ୩୩ ଶହ କେନ୍ଦ୍ର ପ୍ରସ୍ତୁତ ହେଉଥିଲା । ମାତ୍ର ପରୀକ୍ଷା ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟରେ କରୋନା ସଂକ୍ରମଣ ଯୋଗୁଁ ପରୀକ୍ଷା ବାତିଲ ହୋଇଥିଲା ।

Leave A Reply

Your email address will not be published.