Odisha Link
Bridging the Missing Links in Odisha

ରାଜ୍ୟରେ କରୋନା: ଦିନକରେ ୩୦୮୭ ଆକ୍ରାନ୍ତ ଚିହ୍ନଟ, ୪୫ ମୃତ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ ହାର। ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୩୦୮୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୭୫ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୩୧୨ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି।ଏଥିସହ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୦୬୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୭୮ଜଣ, ବାଲେଶ୍ୱର ଜିଲ୍ଲାରୁ ୨୪୬ଜଣ, ବରଗଡ଼ ଜିଲ୍ଲାରୁ ୩୬ଜଣ, ଭଦ୍ରକ ଜିଲ୍ଲାରୁ ୩୬ଜଣ, ଭଦ୍ରକ ଜିଲ୍ଲାରୁ ୧୪୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୧୦ଜଣ, ବୌଦ୍ଧ ଜିଲ୍ଲାରୁ ୩୫ଜଣ, କଟକ ଜିଲ୍ଲାରୁ ୪୬୨ଜଣ, ଦେଓଗଡ଼ ଜିଲ୍ଲାରୁ ୩ଜମ, ଢେଙ୍କାନାଳ ଜିଲ୍ଲାରୁ ୯୫ଜଣ, ଗଜପତି ଜିଲ୍ଲାରୁ ୧୬ଜମ, ଗଞ୍ଜାମ ଜିଲ୍ଲାରୁ ୨୨ଜଣ, ଜଗତସିଂହପୁର ଜିଲ୍ଲାରୁ ୬୦, ଯାଜପୁର ଜିଲ୍ଲାରୁ ୨୦୫ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫ଜଣ, କଳାହାଣ୍ଡି ଜିଲ୍ଲାରୁ ୧୭ଜଣ, କନ୍ଧମାଳ ଜିଲ୍ଲାରୁ ୨୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୦ଜଣ, କେନ୍ଦୁଝର ଜିଲ୍ଲାରୁ ୭୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୮୪ଜଣ, କୋରାପୁଟ ଜିଲ୍ଲାରୁ ୭୭ଜଣ, ମାଲକାନଗିରି ଜିଲ୍ଲାରୁ ୮୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୫୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୫ଜଣ, ନୟାଗଡ଼ ଜିଲ୍ଲାରୁ ୧୧୦ଜଣ, ନୂଆପଡ଼ା ଜିଲ୍ଲାରୁ ୬ଜଣ, ପୁରୀ ଜିଲ୍ଲାରୁ ୧୮୯ଜଣ, ରାୟଗଡ଼ ଜିଲ୍ଲାରୁ ୨୧ଜଣ, ସମ୍ବଲପୁର ଜିଲ୍ଲାରୁ ୩୧ଜଣ, ସୋନପୁର ଜିଲ୍ଲାରୁ ୨୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫୯ଜଣ , ଷ୍ଟେଟ ପୁଲ୍‌ରୁ ୯୭ଜଣ ରହିଛନ୍ତି।

ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୯ଜଣ, ନୟାଗଡ ଓ ପୁରୀରୁ ୫ ଲେଖାଏଁ, ଗଞ୍ଜାମ ଓ କେନ୍ଦୁଝରରୁ ୪ ଜଣ ଲେଖାଏଁ, ବରଗଡ ଓ ସୁନ୍ଦରଗଡରୁ ୩ ଲେଖାଏଁ, ଅନୁଗୋଳ, କଟକ, ସମ୍ବଲପୁରରୁ ୨ ଜଣ ଲେଖାଏଁ, ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, ମୟୂରଭଞ୍ଜ, ନବରଙ୍ଗପୁରରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୧୨୮୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୩୧୨୩୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ଜଣ ୮୭୭୫୪୦ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦୬୩ରେ ପହଞ୍ଚିଥିବା ବେଳେ ଅନ୍ୟରୋଗରେ ମୃତ୍ୟୁ ସଂଖ୍ୟା ୫୩ରେ ପହଞ୍ଚିଛି।

Leave A Reply

Your email address will not be published.