Odisha Link
Bridging the Missing Links in Odisha

ଆଂଶିକ ଲକଡାଉନ: କାଟେଗୋରୀ-Aରେ ଓ କାଟେଗୋରୀ-B ଜିଲ୍ଲାରେ କ’ଣ ଖୋଲା କ’ଣ ବନ୍ଦ ଜାଣନ୍ତୁ…

ଭୁବନେଶ୍ୱର: ଖୋଲୁଛି ଓଡ଼ିଶା, ଆଜିଠୁ ରାଜ୍ୟରେ ଆଂଶିକ ଲକଡାଉନ। ଏହି କଟକଣା ଜୁଲାଇ ୧୬ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ସଂକ୍ରମଣ ହ୍ରାସ ପାଇଥିବାରୁ ଜିଲ୍ଲାଗୁଡ଼ିକୁ ୨ ଭାଗରେ ବିଭକ୍ତ କରାଯାଇଛି। କାଟେଗୋରୀ (A) ଓ କାଟେଗୋରୀ (B)ରେ ରାଜ୍ୟକୁ ବିଭକ୍ତ କରାଯାଇଛି। କାଟେଗୋରୀ-Aରେ ୨୦ଟି ଜିଲ୍ଲା ଥିବା ବେଳେ, କାଟେଗୋରୀ-Bରେ ୧୦ ଜିଲ୍ଲା ରହିଛି।

ପୂର୍ବରୁ କାଟେଗାରୀ-ଏରେ ୧୭ ଜିଲ୍ଲା ଥିଲା ବେଳେ ଏବେ କାଟେଗୋରୀ (ଏ)ରେ ଅନୁଗୁଳ, ଢ଼େଙ୍କାନାଳ ଓ କେନ୍ଦୁଝର ଜିଲ୍ଲାକୁ ସାମିଲ କରାଯାଇଛି। ସେହିପରି କାଟେଗୋରୀ-Aରେ ସପ୍ତାହାନ୍ତ ସଟଡାଉନ୍ ଲାଗୁ ହେବ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ହେଲେ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ନାଇଟ୍ କର୍ଫ୍ୟୁରେ ଜରୁରୀକାଳୀନ ସେବାକୁ ମିଳିବ ଅନୁମତି।

ସାରା ରାଜ୍ୟରେ ଛୋଟ ସେଲୁନ୍ ଖୋଲା ରହିବ। ଉଠା ଦୋକାନୀଙ୍କୁ ବ୍ୟବସାୟ ପାଇଁ ଅନୁମତି ଦିଆଯାଇଛି। ହେଲେ ଏହି ଉଠା ଦେକାନରୁ କେବଳ ପାର୍ସଲ ଦେଇପାରିବେ ଗ୍ରାହକ। ଏହାସହ ସାରା ରାଜ୍ୟରେ ଜାରି ରହିବ କୃଷିକାର୍ଯ୍ୟ। ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିଥିବା ବେଳେ, ବ୍ୟାଙ୍କ, ବିଦ୍ୟୁତ୍ ଅଫିସ, ଟେଲିଫୋନ୍ ଅଫିସ୍ ଖୋଲା ରହିବ। ନିର୍ମାଣ କାର୍ଯ୍ୟ ଜାରି ରହିବ। କିନ୍ତୁ ସିନେମା ହଲ୍, ସପିଂ ମଲ୍, ଯାତ୍ରା ହୋଇପାରିବ ନାହିଁ।

ରାଜନୈତିକ ସମାବେଶ, ଧାର୍ମିକ ସମାବେଶକୁ ବାରଣ କରାଯାଇଛି। ବିବାହ ଓ ଶୁଦ୍ଧିକ୍ରିୟାରେ ପୂର୍ବପରି କଟକଣା ବଳବତ୍ତର ରହିବ। ବିବାହରେ ଭୋଜିଭାତକୁ ମିଳିବନି ଅନୁମତି। ଶିକ୍ଷାନୁଷ୍ଠାନ, କୋଚିଂ କ୍ଲାସ୍ ବନ୍ଦ ରହିବ। ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା ହୋଇପାରିବ ନାହିଁ। ଧର୍ମାନୁଷ୍ଠାନ ପୂର୍ବପରି ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବା ବେଳେ, କେବଳ ରୀତିନୀତି ଅନୁସାରେ ଚାଲିବ ନୀତିକାନ୍ତି। ନିହାତି ଦରକାର ନଥିଲେ ବଜାରକୁ ଯିବାକୁ ବାରଣ କରାଯାଇଛି। ମାସ୍କ ସହ ସାମାଜିକ ଦୂରତା ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଇଛି।

Leave A Reply

Your email address will not be published.