Odisha Link
Bridging the Missing Links in Odisha

ବନ୍ୟା ବିଭୀଷିକା: ଭାସିଲା ଶହଶହ କାର, ୨୫ ମୃତ

ହେନାନ୍‌: ଅଚାନକ ପ୍ରବଳ ବର୍ଷା ଯୋଗୁ ଚାଇନାର ହେନାନ୍‌ ପ୍ରଦେଶର ଜେଙ୍ଗଝାଉରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି। ବନ୍ୟା ବିଭୀଷିକା ଭାସିଲା ଶହଶହ କାର। ଜେଙ୍ଗଝାଉ ଗୋଟିଏ ସହରାଞ୍ଚଳ ହୋଇଥିବା ବେଳେ ବନ୍ୟା ଯୋଗୁ ଶହଶହ କାର୍‌ ରାସ୍ତାରେ ଭାସୁଥିବାର ଦେକିବାକୁ ମିଳିଛି।

ବନ୍ୟା ଯୋଗୁ ସହରରେ ରହୁଥିବା ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨୦୦,୦୦୦ ଜଣ ଲୋକଙ୍କୁ ଜେଙ୍ଗଝାଉରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବେ ବେଳେ ୨୫ ଜଣଙ୍କ ଜୀବନ ଯାଇଛି। ଏହି ସମୟର ଏକ ଭିଡିଓ ଭାଇରାଲ ହେବା ସହ ସମସ୍ତଙ୍କୁ ବିଚଳିତ କରିଛି।

ପ୍ରବଳ ବର୍ଷା ଯୋଗୁ ବନ୍ୟା ସହ ଭୂସ୍ଖଳନ ହେବାରୁ ଲୋକଙ୍କ ଜୀବନ ଯାଇଛି। ମାତ୍ର ଘଣ୍ଟାଏ ଭିତରେ ଏତେ ବର୍ଷା ହୋଇଥିଲା ଯେ ଏହା ପୁରୁଣା ୬୦ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ୨୪ ଘଣ୍ଟାରେ ପୂରା ସହରରେ ୧୮ ଇଞ୍ଚର ବର୍ଷା ହୋଇଛି। ବର୍ଷା ବିତ୍ପାତ୍ତରେ ଶହଶହ ଗଛ ଓ ଘର ମାଟିରେ ମିଶି ଯାଇଛି। ଲୋକମାନେ ପାଣି ଘେରରେ ରହିଥିବାରୁ ସହଯୋଗ ପାଇଁ ଆକୁଳ ନିବେଦନ କରୁଛନ୍ତି।

Leave A Reply

Your email address will not be published.