Odisha Link
Bridging the Missing Links in Odisha

ସଇନାତ ସ୍ବାମୀ: ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ୱାମୀ

ଖଲ୍ଲିକୋଟ: ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ମେରାଇନ ଥାନା ସାନ ଆର୍ଯ୍ୟପଲ୍ଲୀ ଗାଁରେ। ଗୁରୁତର ଅବସ୍ଥାରେ ସ୍ତ୍ରୀକୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

ସୂଚନା ମୁତାବକ, ପାରିବାରିକ କଳହ କାରଣରୁ ସ୍ୱାମୀ ତାର ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି, ବି. ମୁକୋଡୁ ଓ ସ୍ତ୍ରୀ ବି. ଆରାମା ଙ୍କ ମଧ୍ୟରେ ଝଗଡା ହେବାରୁ ସେ ତା ବାପଘରେ ରହୁଥିଲା। ବି. ଆରାମା ବୁଧବାର ସକାଳୁ କାମ କରିବା ପାଇଁ ଯାଉଥିବା ବେଳେ ଛକ ନିକଟରେ ସ୍ୱାମୀ ବି. ମୁ୍କୋଡୁ ପେଟ୍ରୋଲ ଧରି ତାସହ ଝଗଡା କରିବା ସହ ଉପରକୁ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲ ପରେ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି। ଘଟଣାର ଖବର ପାଇଁ ପୁଲିସ ପହଞ୍ଚି ସ୍ୱାମୀ ଥାନାରେ ଅଟକ ରଖି ତଦନ୍ତ ଜାରି ରହିଛି। ବି. ଆରାମାଙ୍କ ତିନୋଟି ଛୋଟ ଛୋଟ ପିଲା ରହିଥିବା ଜଣାପଡିଛି।

Leave A Reply

Your email address will not be published.