Odisha Link
Bridging the Missing Links in Odisha

ରେକର୍ଡ କଲେ ଓଡ଼ିଆ ଝିଅ ପ୍ରିଶା ସ୍ୱାଇଁ, ହାସଲ କଲେ ସ୍ୱର୍ଣ୍ଣପଦକ

ଆମାଚିଓ: ଆମେରିକାରେ ରେକର୍ଡ କଲେ ଓଡ଼ିଆ ଝିଅ ପ୍ରିଶା ସ୍ୱାଇଁ। ଆମେରିକାର ଆମାଚିଓର ଆଥଲେଟିକ ୟୁନିଅନ୍ ଆନୁକୂଲ୍ୟରେ ଆୟୋଜିତ ଟାଏକ୍ୱୋଣ୍ଡୋ ନ୍ୟାଶନାଲ ଚାମ୍ପିଅନସିପରେ ପ୍ରିଶା ୬ରୁ ୭ବର୍ଷ କାଟାଗୋରୀରେ ଇଣ୍ଟରମିଡିଏଟ୍ ବେଲ୍ଟ ଫିମେଲ ଓପନ ଟ୍ରାଡିସନାଲ ଫର୍ମରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇ ଏହି ସଫଳତା ହାସଲ କରିଛନ୍ତି।

ଏହାଛଡା ସେ ୱାର୍ଲ୍ଡ ଟାଏକ୍ୱୋଣ୍ଡୋ ଫର୍ମ ଓ ଅଲିମ୍ପିକ୍ ସ୍ପେୟାରିଂ କାଟାଗୋରୀରେ ଦୁଇଟି ରୌପ୍ୟ ପଦକ ହାସଲ କରି ନିଜ ପ୍ରତିଭା ପ୍ରଦର୍ଶନ କରିଛନ୍ତି। ମାତ୍ର ୪ବର୍ଷରୁ ଟାଏକ୍ୱୋଣ୍ଡୋ ପ୍ରତି ଆଗ୍ରହ ରଖିଥିବା ପ୍ରିଶା ନିଜ ସ୍କୁଲରେ ଏହି ଖେଳରେ ପାରଦର୍ଶିତା ଲାଭ କରିଥିବା ବେଳେ ଭବିଷ୍ୟତରେ ଅଲିମ୍ପିକ୍ ଚାମ୍ପିଅନ୍ ହେବାକୁ ଲକ୍ଷ୍ୟ ରଖିଛନ୍ତି।

ଜଗତସିଂହପୁର ଜିଲ୍ଲା ମଣିଜଙ୍ଗାର ମୂଳବାସିନ୍ଦା ପ୍ରତିମା ଓ କେଦାରନାଥ ସ୍ୱାଇଁଙ୍କ କନ୍ୟା। ଏବେ ଇଣ୍ଡିଆନା ରାଜ୍ୟର କଲମ୍ବସରେ ବସବାସ କରୁଛନ୍ତି। ଏହି ସଫଳତାରେ ଆଇ ବନଲତା ଓ ଅଜା କେଦାରନାଥ ପ୍ରିଶାର ଉଜ୍ଜ୍ୱଳ କାମନା କରିଛନ୍ତି।

Leave A Reply

Your email address will not be published.