Odisha Link
Bridging the Missing Links in Odisha

ଦାନା ବାନ୍ଧୁଛି ଲଘୁଚାପ, ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଦାନା ବାନ୍ଧୁଛି ଲଘୁଚାପ। ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ବର୍ତ୍ତମାନ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାର ଉପକୂଳ ଅଞ୍ଚଳରେ ସକ୍ରିୟ ଥିବା କହିଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କେନ୍ଦୁଝର ଓ ମୟୁରଭଞ୍ଜଠାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଉପକୂଳବର୍ତ୍ତୀ ଅଞ୍ଚଳ, କନ୍ଧମାଳ, ଢେଙ୍କାନାଳ, ନୁଆପଡ଼ା, ବଲାଙ୍ଗିର ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୬ , ୧୭ ଓ ୧୮ , ତିନି ଦିନ ଧରି ବର୍ଷା ହେବ। ତେବେ ବର୍ତ୍ତମାନ ସୁଧା ରାଜ୍ୟରେ ୩୦ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି। ଜୁନ ପହିଲାରୁ ୧୫ ଅଗଷ୍ଟ ସୁଧା ୭୪୯.୫ ମିଲିମିଟର ବର୍ଷା ରେକର୍ଡ ହେବା କଥା କିନ୍ତୁ ହୋଇଛି ୫୨୪.୦୮ ମିଲିମିଟର ବର୍ଷା।

Leave A Reply

Your email address will not be published.