Odisha Link
Bridging the Missing Links in Odisha

ଏସସିବିରେ ଇକମୋ ଚିକିତ୍ସାରେ ଆଉ ଜଣେ ରୋଗୀ ମୃତ

କଟକ: କଟକ ଏସସିବିରେ ଇକମୋ ଚିକତ୍ସାଧୀନ ଆଉ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। ସେ ଗତ ୨୯ରେ ଫୁସଫୁସ ସଂକ୍ରମଣ ଯୋଗୁଁ ଭର୍ତ୍ତି ହୋଇଥିଲେ। ଗତ ରାତିରେ ମହିଳା ରୋଗୀଙ୍କ ମୃତ୍ୟୁ ନେଇ ମେଡିକାଲରୁ ସୂଚନା ଦିଆଯାଇଛି।

ମୃତ ମହିଳାଙ୍କ ଘର ବଲାଙ୍ଗିର ଜିଲ୍ଲା ଗାନ୍ଧିନଗର ଅଞ୍ଚଳରେ ବୋଲି ଜଣାପଡିଛି। ଏସସିବିରେ ଏବେ ୨ ଜଣ ଇକମୋ ରୋଗୀ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.