Odisha Link
Bridging the Missing Links in Odisha

୬୦ ମହଲାରୁ ଡେଇଁପଡ଼ିଲେ ମିସ୍‌ ୟୁଏସ୍‌ଏ, ହତ୍ୟା ନା ଆତ୍ମହତ୍ୟା

ଓଏଲ୍‌ ବ୍ୟୁରୋ: ପରଲୋକରେ ମିସ୍‌ ୟୁଏସ୍‌ ୨୦୧୯। ୩୦ ବର୍ଷ ବୟସରେ ମିସ୍‌ ୟଏସ୍‌ ଚେସଲି କ୍ରିଷ୍ଟଙ୍କ ମୃତ୍ୟୁ ହୋଇଛି। ନ୍ୟୁୟର୍କ ସହରର ଏକ ୬୦ ମହଲା କୋଠାରୁ ଖସିବାରୁ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ମିସ୍ ୟୁନିଭର୍ସ -୨୦୨୧ ହର୍ନାଜ କୌର ସାନ୍ଧୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଚେସଲିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

୨୦୨୧ ଡିସେମ୍ବରରେ ଭାରତୀୟ ଝିଅ ହରଜାନ ସାନ୍ଧୁ ମିସ୍‌ ୟୁନିର୍ଭସ ବିଜେତା ହେବା ପରେ ତାଙ୍କ ସାକ୍ଷାତକାର ନେଇଥିଲେ ଚେସଲି। ହର୍ନାଜ କୌର ସନ୍ଧୁ ଚେସଲି କ୍ରିଷ୍ଟଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି, “ଏହି ଖବର ହୃଦୟ ବିଦାରକ ଏବଂ ଅବିଶ୍ବାସନୀୟ। ଆପଣ ସର୍ବଦା ଅନେକଙ୍କ ପାଇଁ ପ୍ରେରଣା ରହିବେ। ଈଶ୍ୱର ଆପଣଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।”

Leave A Reply

Your email address will not be published.