Odisha Link
Bridging the Missing Links in Odisha

ବିଲ୍‌ ଗେଟ୍‌ସ୍‌ଙ୍କୁ କରୋନା

ସବୁଠୁ ବଡ଼କଥା ହେଲା କରୋନା ଟିକାର ବୁଷ୍ଟର ଡୋଜ ନେବା ପରେ ମଧ୍ୟ ବିଲ୍‌ ଗେଟ୍‌ସ୍‌ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।

ଓଏଲ୍‌ ବ୍ୟୁରୋ: ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ବିଲ୍‌ ଗେଟ୍‌ସଙ୍କୁ କରୋନା। ଏନେଇ ସେ ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ଚିହ୍ନଟ ପରେ ବିଲ୍‌ ଗେଟ୍‌ସ ନିଜକୁ ଆଇସୋଲେଟ୍‌ କରି ଦେଇଥିବା କହିଛନ୍ତି। ସେ ଆହୁରି କହିଛନ୍ତି ତାଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ରହିଛି। ଯେପର୍ଯ୍ୟନ୍ତ ସେ ସୁସ୍ଥନ ନ ହୋଇଛନ୍ତି। ସେତେ ପର୍ଯ୍ୟନ୍ତ ସେ ଆଇସୋଲେସନରେ ରହିବେ।

ସବୁଠୁ ବଡ଼କଥା ହେଲା କରୋନା ଟିକାର ବୁଷ୍ଟର ଡୋଜ ନେବା ପରେ ମଧ୍ୟ ବିଲ୍‌ ଗେଟ୍‌ସ୍‌ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।

ସୂଚନାଯୋଗ୍ୟ, ବିଲ୍‌ ଏବଂ ମେଲିଣ୍ଡା ଗେଟ୍‌ସ୍‌ ଫାଉଣ୍ଡେସନ୍‌ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ଘରୋଇ ଫାଉଣ୍ଡେସନ ମଧ୍ୟରୁ ଗୋଟିଏ। ଯାହା ପାଖରେ ପ୍ରାୟ ୬୫ ବିଲିୟନ ଡଲାରର ସମ୍ପତ୍ତି ରହିଛି। ମହାମାରୀକୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପଗୁଡିକର ବିଲ୍ ଗେଟ୍ସ ସମର୍ଥକ ରହିଛନ୍ତି। ବିଶେଷକରି ଗରିବ ଦେଶମାନଙ୍କରେ ଟିକା ଏବଂ ଔଷଧ ଲୋକଙ୍କୁ ଉପଲବ୍ଧ କରାଇବା ପାଇଁ କାର୍ଯ୍ୟ କରୁଛନ୍ତି।

Leave A Reply

Your email address will not be published.