Odisha Link
Bridging the Missing Links in Odisha

ଗାଁରେ ହାତୀ ଆତଙ୍କ, ଗ୍ରାମବାସୀ ଭୟଭୀତ

ବାଲେଶ୍ବର: ଚାଷଜମି ନଷ୍ଟ କରୁଛନ୍ତି ହାତୀପଲ। କେବଳ ସେତିକି ନୁହେଁ ଗ୍ରାମବାସୀଙ୍କ ନିଦ ହଜେଇଛି ହାତୀ ପଲ। ବାରମ୍ବାର କୁଳଡିଡା ଅଭ୍ୟାୟରଣ୍ୟରୁ ହାତୀମାନେ କାନପୁର, ରାଇପୁର, ଢୋଲପୁର ଇତ୍ୟାଦି ଅଞ୍ଚଳର ଚାଷ ଜମି ନଷ୍ଟ କରି ଦେଉଛନ୍ତି। ଯାହାକୁ ନେଇ ଗ୍ରାମବାସୀ ଚିନ୍ତାରେ ।

ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଗତରାତିରେ ଅଞ୍ଚଳର ଏକାଧିକ ଉତ୍ୟକ୍ତ ଲୋକେ ପ୍ରଥମେ ବେତଶୂଳ ବିଟ୍ ହାଉସକୁ ଯାଇ ବନକର୍ମଚାରୀଙ୍କୁ ଏ ବାବଦରେ ପଚାରି ଥିଲେ ହେଁ କର୍ମଚାରୀ ତାଲା ଦେଇ ବିଟ୍‌ ହାଉସ ଭିତରେ ବସି ରହିଥିଲେ। ଏନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ବାଧ୍ୟ ହୋଇ ଉତ୍ୟକ୍ତ ଚାଷୀ ଓ ଅଞ୍ଚଳବାସୀ ନୀଳଗିରି ସ୍ଥିତ କୁଳଡିହା ଅଫିସ ଘେରାଉ କରି ହୋହଲ୍ଲା କରିଥିଲେ । ବାଲେଶ୍ଵର ଡିଏଫଓ ତୁରନ୍ତ ଏ ସମ୍ପର୍କରେ ପ୍ରତିକାର ବ୍ୟବସ୍ଥା ନକଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.