Odisha Link
Bridging the Missing Links in Odisha

ପଦ୍ମପୁର ଉପନିର୍ବାଚନ: ଆଉକିଛି ସମୟ ପରେ ନାମାଙ୍କନ ଭରିବେ ପ୍ରଦୀପ

ପ୍ରଥମ ଥର ପାଇଁ ୨୦୧୪ ମସିହାରେ ପଦ୍ମପୁର ବିଧାୟକ ଭାବେ ନିର୍ବାଚିତ ବିଧାନସଭାକୁ ଆସିଥିଲେ ପ୍ରଦୀପ ପୁରୋହିତ।

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ସରଗରମ ଓଡ଼ିଶା ରାଜନୀତି। ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ବିଜେଡି ଏପର୍ଯ୍ୟନ୍ତ ଘୋଷଣା କରିନି ପ୍ରାର୍ଥୀଙ୍କ ନାମ। ଏସବୁ ମଧ୍ୟରେ ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ଆଉ କିଛି ସମୟ ପରେ ନାମାଙ୍କନ ଭରିବେ ପ୍ରଦୀପ। ୧୨ ତାରିଖରେ ବିଜେପି ତାଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା।

ପ୍ରଥମ ଥର ପାଇଁ ୨୦୧୪ ମସିହାରେ ପଦ୍ମପୁର ବିଧାୟକ ଭାବେ ନିର୍ବାଚିତ ବିଧାନସଭାକୁ ଆସିଥିଲେ ପ୍ରଦୀପ ପୁରୋହିତ। ୨୦୧୯ରେ ସେ ଦିବଙ୍ଗତ ବିଜେଡି ନେତା ବିଜୟ ରଞନ ବରିହାଙ୍କଠାରୁ ୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହାରିଥିଲେ। ବର୍ତ୍ତମାନ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସଭାପତି ଅଛନ୍ତି ପ୍ରଦୀପ ପୁରୋହିତ। ଉପନିର୍ବାଚନରେ ପ୍ରଦୀପଙ୍କ ଉପରେ ଭରସା ରଖି ପୁଣି ଦଳ ଦେଇଛି ଟିକେଟ୍।

ଅନ୍ୟପକ୍ଷରେ କଂଗ୍ରେସ ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି। ସେ କେବେ ନାମାଙ୍କନ ଭରିବେ ସେ ନେଇ ଦଳ ପକ୍ଷରୁ କିଛି ସୂଚନା ମିଳିପାରି ନାହିଁ। ଅନ୍ୟପଟେ ବିଜେଡିରୁ କିଏ ହେବେ ପ୍ରାର୍ଥୀ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏଯାଏଁ ପ୍ରାର୍ଥୀ ଘୋଷଣା କରି ନାହିଁ ବିଜେଡି କିନ୍ତୁ ୧୬ ତାରିଖରେ ପ୍ରାର୍ଥିପତ୍ର ଦାଖଲ ହେବ ବୋଲି ଘୋଷଣା କରିଛି ଦଳ।

Leave A Reply

Your email address will not be published.