Odisha Link
Bridging the Missing Links in Odisha

କେନ୍ଦୁଝର: ମଦ ପିଇ ଶୋଇପଡ଼ିଲେ ୩୦ ହାତୀ

ଓଏଲ୍‌ ବ୍ୟୁରୋ: ମଦ୍ୟପାନ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। ଏଭଳି ବିଜ୍ଞାପନ ଆପଣ ସବୁବେଳେ ସୋସିଆଲ ମିଡିଆ, ଗଣମାଧ୍ୟମ ଓ ଟିିଭି ମାଧ୍ୟମରେ ଦେଖୁଥିବେ ନିଶ୍ଚୟ। ଏସବୁ ସତ୍ତ୍ବେ ବହୁ ଲୋକ ମଦ୍ୟପାନ କରି ନିଜ ଶରୀର କ୍ଷତି କରୁଛନ୍ତି। ଅନ୍ୟପଟେ ଗ୍ରାମାଞ୍ଚଳରେ ମହୁଆ ବା ମହୁଲିର ବେଶି ଚାହିଦା ଥାଏ। ଏହି ଦେଶୀ ମଦକୁ ଲୋକମାନେ ନିଜ ହାତରେ ବନାଇଥାଆନ୍ତି। ଏପରିକି ମଦ ପିଇ ବହୁ ଲୋକ ରାସ୍ତାକଡ଼ରେ ବେହୋସ ହୋଇ ପଡ଼ିଥିବାର ଖବର ଆପଣ ଦେଖିଥିବେ ନିଶ୍ଚୟ। ଏସବୁ ମଧ୍ୟରେ ଓଡ଼ିଶାରେ ଏପରି ଏକ ଘଟଣା ଘଟିଛି ଯାହା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। ଦେଶୀ ମଦ ବା ମହୁଆ କେବଳ ମଣିଷ ସମାଜକୁ ପସନ୍ଦ ନୁହେଁ ହାତୀ ମାନଙ୍କୁ ମଧ୍ୟ ପସନ୍ଦ। ଏପରିକି ମଦ ପିଇ ଜଙ୍ଗଲରେ ହାତୀ ଶୋଇଥିବା ଖବର ଏବେ ସବୁଠି ଚର୍ଚ୍ଚାର ବିଷୟ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜଙ୍ଗଲରେ।

ମହୁଆ ବନେଇ ମାଟି ହାଣ୍ଡିରେ କିଛି ସମୟ ରଖିବା ଦ୍ବାରା ମଦ ପ୍ରସ୍ତୁତ ହୋଇଥାଏ। ସେହିଭଳି ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଶିଳିପଡ଼ା ସ୍ଥିତ କାଜୁ ଜଙ୍ଗଲରେ କିଛି ଲୋକ ଦେଶୀ ମଦ ବନାଉଥିଲେ। ସେମାନେ ମହୁଆ ପ୍ରସ୍ତୁତ କରି ମାଟି ହାଣ୍ଡିରେ ଥୋଇ ନିଜ ନିଜ ଘରକୁ ଚାଲିଯାଇଥିଲେ। ତାପରଦିନ ସକାଳୁ ଆସି ଦେଖିଲା ବେଳକୁ ସବୁ ମାଟି ହାଣ୍ଡି ଭଙ୍ଗା ହୋଇ ପଡ଼ିଛି। ଆଉ ସେହି ସ୍ଥାନର କିଛି ଦୂରରେ ହାତୀ ମାନେ ବେହୋସ ହୋଇ ପଡ଼ିଥିବାର ଦେଖିବାକୁ ମିଳିଥିଲା।

ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ରିପୋର୍ଟ ଅନୁସାରେ ପାଖାପଖି ୩୦ଟି ହାତୀ ଜଙ୍ଗଲରେ ବେହୋସ ହୋଇ ପଡ଼ିଥିଲେ। ଯାହାକୁ ଦେଖି ଗ୍ରାମବାସୀ ମାନେ ଚିନ୍ତିତ ହୋଇ ପଡ଼ିଥିଲେ। ନାରିଆ ସେଠୀ ନାମକ ଜଣେ ବ୍ୟକ୍ତି କହିଥିଲେ ଯେ, ଆମେ ଯେବେ ସକାଳୁ ଜଙ୍ଗଲକୁ ଆସିଥିଲୁ। ସେତେବେଳେ ଦେଖିଲୁ ମାଟି ହାଣ୍ଡି ସବୁ ଭଙ୍ଗା ହୋଇ ପଡ଼ିଛି। ଆଉ ସେହି ସ୍ଥାନର ନିକଟରେ ହାତୀ ପଲେ ବେହୋସ ହୋାଇ ପଡ଼ିଛନ୍ତି। ସେ ଆହୁରି କହିଥିଲେ ଯେ, ହାତୀ ମାନେ ପାଣି ଭାବି ସବୁ ମହୁଆ ପାନ କରି ଦେଇଛନ୍ତି ଯାହାଫଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ବୋଲି କହିଥିଲେ।

ଏହାପରେ ବେହୋସ ହୋଇ ପଡ଼ିଥିବା ହାତୀଙ୍କୁ ବହୁ ଉଠାଇବାକୁ ଚେଷ୍ଟା କଲେ ହେଲେ ପାରିଲେ ନାହିଁ। ଏହାପରେ ଗ୍ରାମବାସୀ ମାନେ ବନ ବିଭାଗର ସୁରକ୍ଷାକର୍ମୀଙ୍କୁ ଏହି ସବୁ ଘଟଣା ବିଷୟରେ କହିଲେ। ପରେ ବନ ବିଭାଗ କର୍ମଚାରୀ ଜଙ୍ଗଲକୁ ଯାଇ ହାତୀ ମାନଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ହେଲେ ସେଥିଣେ ବିଫଳ ହୋଇଥିଲେ। ପରେ ଢୋଲ, ଘଣ୍ଟି ବଜାଇ ହାତୀଙ୍କୁ ଉଠାଇଥିଲେ ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀ।

Leave A Reply

Your email address will not be published.