Odisha Link
Bridging the Missing Links in Odisha

ଦୁଇ କମ୍ପାନୀର ମାଲିକାଣୀ ଅର୍ଚନା ନାଗ

ଭୁବନେଶ୍ୱର: ଠକେଇ, ଅର୍ଥ ହଡ଼ପ ଓ ଯୌନ କାରବାର ପାଇଁ ଚର୍ଚିତ ଅର୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏବେ ଜେଲ୍‌ରେ ଥିବାବେଳେ ସେମାନଙ୍କ ବାବଦରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ତଦନ୍ତବେଳେ ସେମାନଙ୍କ ବ୍ୟାଙ୍କ ଖାତାରେ କୋଟିକୋଟି ନଗଦ ଟଙ୍କା ଜମା ହୋଇଥିବା ଜଣା ପଡ଼ିଥିବାବେଳେ ସେମାନେ ଦୁଇଟି କମ୍ପାନୀ ଖୋଲିଥିବା ଜଣାପଡ଼ିଛି।

୨୦୨୧ ଜାନୁଆରୀ ୯ ତାରିଖରେ ଆଦିତ୍ୟ ପ୍ରେଷ୍ଟିଜ୍ ଆଗ୍ରୋ ପ୍ରାଇଭେଟ୍ ଲିମିଟେଡ୍ ନାମରେ ଏକ କମ୍ପାନୀ ପ୍ରତିଷ୍ଠା ହୋଇଥିଲା। ଉଭୟ ଅର୍ଚନା ଓ ଜଗବନ୍ଧୁ ଏହାର ନିର୍ଦେଶକ ଥିଲେ। ସେହିପରି ଗିରଫର ମାତ୍ର କିଛି ମାସ ଆଗରୁ ଅର୍ଚନା ୨୦୨୨ ଜୁନ ୨୯ ତାରିଖରେ ଗୋଲ୍ଡେନ ଏମ୍ପ୍ରେସ୍ ପ୍ରାଇଭେଟ୍ ଲିମିଟେଡ୍ ନାମରେ ଆଉ ଏକ କମ୍ପାନୀ ପ୍ରତିଷ୍ଠା କରିଥିଲେ। ଏଥିରେ ମଧ୍ୟ ଉଭୟ ସ୍ୱାମୀ ସ୍ତ୍ରୀ ନିର୍ଦେଶକ ଅଛନ୍ତି।

ଉଭୟ କମ୍ପାନୀର ପଞ୍ଜିକୃତ ଠିକଣା ପାଣ୍ଡରା ନିକଟସ୍ଥ ସତ୍ୟ ବିହାର ପ୍ଲଟ ନଂ- ୧୩୩୮/୧୫୧୦୫ ରହିଛି। ଏହି ଘର ଅର୍ଚନାଙ୍କ ନାମରେ ଅଛି। ଏହିଠାରେ ସେ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ରହୁଥିଲେ।

ପ୍ରଥମ କମ୍ପାନୀ କୃଷି ସମ୍ପର୍କିତ ବ୍ୟବସାୟ ସହ ସଂପୃକ୍ତ ଥିବାବେଳେ ଦ୍ୱିତୀୟ କମ୍ପାନୀ କ୍ୟାମ୍ପିଂ ଓ ରହଣି ବ୍ୟବସାୟ କରିବାର ଯୋଜନା ଥିଲା।

ଉଭୟଙ୍କ ବ୍ୟାଙ୍କ୍ ଖାତାରେ ୨ କୋଟିରୁ ଅଧିକ ନଗଦ ଟଙ୍କା ଜମା ହୋଇଥିବା ମଧ୍ୟ ଜାଣିବାକୁ ପାଇଛି କମିଶନରେଟ୍ ପୁଲିସ।

Leave A Reply

Your email address will not be published.