Odisha Link
Bridging the Missing Links in Odisha

ଦଳ ଛାଡ଼ୁ ଛାଡ଼ୁ ବିସ୍ଫୋରକ ବୟାନ ଦେଲେ ରାଜୁ ଘିବେଲା, କହିଲେ ପ୍ରଦୀପ…

ଓଏଲ୍‌ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ। ଏସବୁ ମଧ୍ୟରେ ଆରମ୍ଭ ହେଲାଣି ରାଜନୈତିକ ବୟାନବାଜି। ଦୁଇ ଦିନ ତଳେ ବିଜେପି ଶିବିର ଛାଡ଼ି ବିଜେଡି ଶିବିରରେ ଶଙ୍ଖ ଫୁଙ୍କିଥିବା ରାଜୁ ଘିବେଲା ଦେଇଛନ୍ତି ବିସ୍ଫୋରକ ବୟାନ। ଦଳ ଛାଡ଼ିବା ପରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ଟାର୍ଗେଟ କରିଛନ୍ତି ରାଜୁ ଘିବେଲା।

ରାଜୁ ଘିବେଲା କହିଛନ୍ତି, ୨୦୧୯ ନିର୍ବାଚନରେ ପଦ୍ମପୁରରେ ୧୦,୦୦୦ ଭୋଟ କିଣାଯାଇଥିବା ନେଇ ବିଜେପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯାହା କହିଛନ୍ତି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ପଦ୍ମପୁରବାସୀଙ୍କ ପ୍ରତି ଘୋର ଅପମାନ। ଗତବର୍ଷ ପଦ୍ମପୁରରେ ୧୦ ହଜାର ଭୋଟ୍‌ କିଣାଯାଇଥିବା ବୋଲି କହିବା ପଦ୍ମପୁରବାସୀଙ୍କ ପାଇଁ ଅପମାନ । କାରଣ ପଦ୍ମପୁରବାସୀ ବିକ୍ରି ହେବାର ଲୋକ ନୁହନ୍ତି । କାହାରି ପଇସାରେ ସେମାନେ ଭୋଟ ଦିଅନ୍ତି ନାହିଁ । ଯଦି ତାଙ୍କ ପାଖରେ ଏହାର କିଛି ପ୍ରମାଣ ଅଛି ତେବେ ଶ୍ରୀ ପୁରୋହିତ ତାହା ପ୍ରଦାନ କରନ୍ତୁ । ଏଠି ସ୍ୱାଭିମାନୀ ଲୋକେ ରୁହନ୍ତି । ଘୋଡାସମ୍ବର ମାଝିର ଲୋକେ କେବେ ବିକ୍ରି ହେବାର ଲୋକ ନୁହନ୍ତି । ପ୍ରଦୀପ ପୁରୋହିତ ଯେଭଳି ବିବୃତ୍ତି ଦେଉଛନ୍ତି ସେଥିରୁ ତାଙ୍କ ମୁଣ୍ଡ କାମ କରୁନଥିବା ଜଣାପଡୁଛି ।

ସେ ଆହୁରି କହିଛନ୍ତି ଯେ, ଶ୍ରୀ ପୁରୋହିତଙ୍କ ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଭାରତୀୟ ଜନତା ପାର୍ଟି ନୀତି ଆଦର୍ଶର ଦ୍ୱାହି ଦେଉଥିବା ଏକ କେନ୍ଦ୍ରୀୟ ଦଳ । ସେହି ଦଳର ପୂର୍ବତନ ବିଧାୟକ ଏଭଳି ମନ୍ତବ୍ୟ ଦେବା ପଦ୍ମପୁରବାସୀଙ୍କ ପ୍ରତି ଘୋର ଅପମାନ । ତାଙ୍କ ବିବୃତ୍ତିରୁ ଜଣାପଡୁଛି ଯେ ତାଙ୍କୁ ହାରିବାର ଭୟ ଘାରିଛି । ଏହା ଏକ ବିବୃତ୍ତି ନୁହେଁ କି ତାଙ୍କର କଥା ନୁହେଁ, ଏହା ଏକ ପାଗଳର ପ୍ରଳାପ ଭଳି ମନେ ହେଉଛି । ତେଣୁ ଏଭଳି ଅପମାନଜନକ ମନ୍ତବ୍ୟ ପାଇଁ ପଦ୍ମପୁରବାସୀ ତାଙ୍କୁ ଠିକଣା ଜବାବ ଦେବେ ବୋଲି ଶ୍ରୀ ଘିବେଲା କହିଛନ୍ତି ।

Leave A Reply

Your email address will not be published.