Odisha Link
Bridging the Missing Links in Odisha

ପଦ୍ମପୁର ଉପନିର୍ବାଚନ: ସତ୍ୟଭୂଷଣ ହେଲେ କଂଗ୍ରେସ ପ୍ରାର୍ଥୀ

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ଉପରେ ଦଳ ପୁଣିଥରେ କରିଛି ଭରସା। ଶ୍ରୀ ସାହୁଙ୍କୁ ପ୍ରାର୍ଥୀ କରାଯିବା ନେଇ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି।

ପଦ୍ମପୁରରୁ କଂଗ୍ରେସ ପ୍ରାର୍ଥୀ ହେବା ପରେ ସତ୍ୟଭୂଷଣ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସେ ଏହି ଉପନିର୍ବାଚନ ପାଇଁ ପୂରା ପ୍ରସ୍ତୁତ। ପଦ୍ମପୁରରେ ସେ ବିଜୟ ହେବା ନେଇ ନିଶ୍ଚିତ ଅଛନ୍ତି ବୋଲି କହିଛନ୍ତି।

ସତ୍ୟଭୂଷଣ ପୂର୍ବରୁ ପଦ୍ମପୁରରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୧୯୮୦ରେ ସେ ପ୍ରଥମେ ପଦ୍ମପୁରରୁ ନିର୍ବାଚିତ ହୋଇଥିଲେ। ତା’ପରେ ୧୯୮୫ରେ ପୁଣି ନିର୍ବାଚିତ ହୋଇଥିଲେ। ୨୦୦୪ରେ ତୃତୀୟ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସତ୍ୟଭୂଷଣ। ୨୦୧୯ ନିର୍ବାଚନରେ ସେ ୩ ନମ୍ବରରେ ରହିଥିଲେ। ସେ ୩୨ ହଜାରରୁ ଅଧିକ ଭୋଟ୍ ପାଇଥିଲେ।

Leave A Reply

Your email address will not be published.