Odisha Link
Bridging the Missing Links in Odisha

ଭୂମିକମ୍ପ ନେଲା ୪୪ମୁଣ୍ଡ, ଇଣ୍ଡୋନେସିଆରେ ଭୂମିକମ୍ପ

ରେକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୬ ଥିଲା

ଓଏଲ୍ ବ୍ୟୁରୋ : ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ବଡଧରଣର ଛାତିଥରା ଭୂମିକମ୍ପ ହୋଇଛି ଯେଉଁଥିରେ ୪୪ ଜଣ ପ୍ରାଣ ହରାଇଥିବାବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିବା ବର୍ତ୍ତମାନ ସୁଦ୍ଧା ଖବରରୁ ଜଣାପଡିଛି। ବିଶେଷ ସୂତ୍ରରୁ ଯାହା ଜଣା ପଡୁଛି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ସୂଚନା ରହିଛି ।ତଥ୍ୟ ଅନୁସାରେ ରେକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୬ ଥିଲା। ଭୂମିକମ୍ପ ପଶ୍ଚିମ ଜାଭାର ସିୟାନପୁରଠାରୁ ୧୦ କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡିଛି।

ଅବଶ୍ୟ ସୁନାମୀ ନେଇ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଲୋକମାନେ ଭୟବିତ୍ତ ଥିବାବେଳେ ଆହତଙ୍କ ପରିବାର ଲୋକେ ମର୍ମାହତ ଅଛନ୍ତି।ଲଗାତାର ଭାବେ ଭୂମିକମ୍ପ ହେବାରେ ଲାଗିଛି। ପୂର୍ବରୁ ମଧ୍ୟ ଗତ ଶୁକ୍ରବାର ଇଣ୍ଡୋନେସିଆରେ ୬.୯ ତୀବ୍ରତାର ଭୂମିକମ୍ପ ସୃଷ୍ଟି ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଦକ୍ଷିଣ ବେଙ୍ଗକୁଲଠାରୁ ୨୦୨ କିଲୋମିଟର ଦୂରରେ ସଙ୍ଗଠିତ ହୋଇଥିଲା। ଏହାପରେ ବି ୫.୪ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଆଞ୍ଚଳିକ ପାଣିପାଗ ବିଭାଗ ସେଠାକାର ସୂଚନା ଦେଲେ କେତେ କଣ କ୍ଷୟ କ୍ଷତି ହୋଇଛି ଜଣା ପଡିବ।

Leave A Reply

Your email address will not be published.