Odisha Link
Bridging the Missing Links in Odisha

କାଲିଠୁ ମାଟ୍ରିକ୍‌ ସମ୍ମେଟିଭ୍-୧ ପରୀକ୍ଷା

ଚଳିତବର୍ଷ ୩୦୨୯ଟି କେନ୍ଦ୍ରରେ ୫ ଲକ୍ଷ ୪୦ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

ଓଏଲ୍‌ ବ୍ୟୁରୋ: ବୁଧବାରଠୁ ଆରମ୍ଭ ହେବ ମାଟ୍ରିକ୍‌ ସମ୍ମେଟିିଭ୍‌-୧ ପରୀକ୍ଷା। ସେଥିପାଇଁ ବୋର୍ଡ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି। ବିଭିନ୍ନ ନୋଡାଲ୍‌ ସେଣ୍ଟରକୁ ପ୍ରଶ୍ନପତ୍ର ପଠାଇ ଦିଆଯାଇଛି। ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି। ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ୍‌ ପୂର୍ବରୁ ପ୍ରଶ୍ନ ପତ୍ରର ସିଲ୍‌ ଖୋଲାଯିବ।

ଚଳିତବର୍ଷ ୩୦୨୯ଟି କେନ୍ଦ୍ରରେ ୫ ଲକ୍ଷ ୪୦ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେହିପରି ମଧ୍ୟମାରେ ୨୯୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ଟି କେନ୍ଦ୍ର ଥିବା ବେଳେ ଓପନ ସ୍କୁଲ୍‌ ସାର୍ଟିଫିକେଟ୍‌ ପାଇଁ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି କେନ୍ଦ୍ରରେ ପରୀକ୍ଷା ଦେବେ।

ନକ୍ସଲ ପ୍ରଭାବିତ ଅଞ୍ଚଳରେ ୨୨ଟି ନୋଡାଲ ସେଣ୍ଟର୍ କରାଯାଇଛି। ଯେଉଁଥିରେ କନ୍ଧମାଳ ୭ଟି, ମାଲକାନଗିରି ୧୦ଟି, କୋରାପୁଟର ୫ଟି ଥାନାକୁ ସାମିଲ କରାଯାଇଛି।କପି ରୋକିବା ପାଇଁ ସେଣ୍ଟ୍ରାଲ ସ୍କ୍ୱାର୍ଡ ସହ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ତରୀୟ ସ୍କ୍ୱାର୍ଡ ଗଠନ ହୋଇଛି। ପରୀକ୍ଷା କେନ୍ଦ୍ର ଭିତରକୁ କେହି ମୋବାଇଲ୍ ନେଇପାରିବେ ନାହିଁ। ପରୀକ୍ଷାର୍ଥୀ କେବଳ ପେନ ଓ ଆଡମିଟ କାର୍ଡ ବ୍ୟତୀତ ଅନ୍ୟ କିଛି ନେବେନି ବୋଲି କହିଛନ୍ତି ବୋର୍ଡ ସଭାପତି। ଚଳିତଥର ସମ୍ମେଟିଭ୍‌- ୧ ଓ ସମ୍ମେଟି -୨ ପରୀକ୍ଷା ସହ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷାରୁ ପରୀକ୍ଷାର୍ଥୀଙ୍କ ମାର୍କ ମୂଲ୍ୟାଙ୍କନ କରାଯିବ।

Leave A Reply

Your email address will not be published.